ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ, ନିମ୍ନମାନର କାମ ଅଭିଯୋଗ
ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗାଈଖାଇ ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ, ହରଭଙ୍ଗା ମାଇନର ଠାରୁ ଡ଼ୁମେରପାଲି ପର୍ଯ୍ୟନ୍ତ ୫ କିଲୋମିଟର ଅଙ୍ଗ ମୁଖ୍ୟ କେନାଲର ଉନ୍ନତିକରଣ କାମ ଜଳସେଚନ ବିଭା
ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ - ନିମ୍ନମାନର କାମ ଅଭିଯୋଗ |


ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ - ନିମ୍ନମାନର କାମ ଅଭିଯୋଗ |


ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ - ନିମ୍ନମାନର କାମ ଅଭିଯୋଗ |


ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ - ନିମ୍ନମାନର କାମ ଅଭିଯୋଗ |


ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗାଈଖାଇ ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି |

ସୂଚନା ଅନୁସାରେ, ହରଭଙ୍ଗା ମାଇନର ଠାରୁ ଡ଼ୁମେରପାଲି ପର୍ଯ୍ୟନ୍ତ ୫ କିଲୋମିଟର ଅଙ୍ଗ ମୁଖ୍ୟ କେନାଲର ଉନ୍ନତିକରଣ କାମ ଜଳସେଚନ ବିଭାଗ ପକ୍ଷରୁ ୮୦ କୋଟିରୁ ଊର୍ଦ୍ଧ୍ଵ ବ୍ୟୟରେ କରାଯାଇଛି | କାମ ହେବାର ୧୦ ଦିନ ହେବ, ଏହାର ନିର୍ମାଣ ସରିଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ବାଲାଜୀ ଠିକାସଂସ୍ଥା କରିଛି | ହେଲେ ଏ କେନାଲ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି | କାମ ସମ୍ପୂର୍ଣ ହେବାର ୧୦ ଦିନ ହୋଇଛି, ଖୁଟଳିମୁଣ୍ଡା କେନାଲ ବ୍ରିଜ ରୁ ଡ଼ୁମେରପାଲି ପର୍ଯ୍ୟନ୍ତ ତଳ କଂକ୍ରିଟରେ ଫାଟ ସୃଷ୍ଟି ହୋଇଛି | ଫଳରେ ଏହାର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନ ଉଠିଛି | କେନାଲ ଭିତରୁ ହାଲୁକା ମାଟି ନ ହଟାଇ ତା' ଉପରେ କଂକ୍ରିଟ କରିଦିଆଯାଇଥିବାରୁ ଓ ଗାଇଡ଼ ଲାଇନ ଅନୁସାରେ ବାଲି, ଗେଟି, ସିମେଣ୍ଟ, ପାଣି ଦିଆଯାଇ ନଥିବାରୁ ଫାଟ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି | ପୁଣି ଏ ଫାଟକୁ ଲୁଚାଇବାକୁ ସ୍ଥାନେ ସ୍ଥାନେ ମସଲା ଦେଇ ପ୍ୟାଚ କରାଯାଇଥିବା ଦେଖାଯାଇଛି | ନିମ୍ନ ମାନର କାମ ଯୋଗୁଁ ସ୍ଥାନେ ସ୍ଥାନେ ଗେଟି ମଧ୍ୟ ଉପୁଡି ଯାଉଛି | ଏଠାରେ ଲଗାଯାଇଥିବା ଭାଲଭ ଗୁଡିକ ମଧ୍ୟ ଜାମ ହୋଇନାହିଁ |

ଏ ସମ୍ପର୍କରେ ଠିକା ସଂସ୍ଥା ମ୍ୟାନେଜର ଓ ବିଭାଗୀୟ ଯନ୍ତ୍ରୀ ପଞ୍ଚୁ ମାଝୀଙ୍କୁ ଫୋନ କରି ପଚରା ଯିବାରୁ ତାହା କିଛି ନୁହେଁ ଆଗକୁ ମେଣ୍ଟେନସ କାମରେ ଠିକ୍ ହୋଇଯିବ ବୋଲି କହିଥିଲେ | ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହୋଇଛି |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande