
ଜୟପୁର,୨୧ ମାର୍ଚ୍ଚ(ହି.ସ.) – ଦେଶି ଓ ବିଦେଶି ମଦ ବିକ୍ରି କରୁଥିବା ଅଭିଯୋଗ ରେ କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ ଚଢାଉ କରିଛି। ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ଏସଆଇ ବୁଲୁ ତାଣ୍ଡି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପେଟ୍ରୋଲିଂ ସହ ଅବକାରି ଚଢାଉ କରୁଥିଲେ। ଅଭିଯୁକ୍ତ ଫାମ୍ପୁଣି ଗ୍ରାମର ନାବାଳକ କୁ କାବୁ କରିଛି। ବେଆଇନ ଭାବେ ବିଦେଶି ମଦ ବିକ୍ରୟ କରୁଥିଲେ। ପାନ ଦୋକାନରେ ରଖି ବିକ୍ରୟ କରୁଥିଲେ। ସୁଚନା ପାଇ ଚଢାଉ କରିଥିଲେ। ବିଭିନ୍ନ ବ୍ରାଣ୍ଡର ୧୪.୦୭୫ ଲିଟର ବିଦେଶି ମଦ, ସହ ୪.୪ ଦେଶି ମଦ, ୪୦ ପ୍ଲାଷ୍ଟିକ ଗ୍ସାସ ଜବତ କରିଛି। ବିନା ଲାଇସେନ୍ସରେ ବିକ୍ରୟ କରୁଥିଲେ। ନାବାଳକର ବାପା କେଶବ ନାୟକ ମେଡିକାଲରେ ଭତି ହୋଇଛନ୍ତି। ବାପାଙ୍କ ନିଦ୍ଦେଷ ପ୍ରକାରେ ପୁଅ ବିକ୍ରି କରୁଥିଲେ। ଏନେଇ ପୋଲିସ ଅଭିଯୁକ୍ତ କେଶବ ନାୟକ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି