
ଝାରୁସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଝାରସୁଗଡା ଓ ଏହାର ଆଖପାଖ ଅଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନ ଯଥା- ସୁଲେହି, ନକ୍ସାପାଳି, ବାଙ୍କୀ, ପରମାନପୁର, ରେଙ୍ଗାଳପାଳି, ବଡସରୁଆ (ଗୁଜାପାହାଡ଼) ଆଦି ଅଞ୍ଚଳରେ ଚଢ଼ଉ କରି ମୋଟ ୭୬୦୦ କେଜି ମହୁଲ ପୋଚ, ୨୦୯ ଲିଟର ଦେଶୀ ମଦ, ଅବକାରୀ ସାମଗ୍ରୀ ଜବତ କରାଯାଇଛି। ମାମଲାରେ ସମ୍ପୃକ୍ତ ସୁଲେହି ଗ୍ରାମର ମମତା ବେହେରା(ମହିଳା), ନକ୍ସାପାଳି(ମୁଣ୍ଡାପଡା) ଗ୍ରାମର ଶଙ୍କର ମୁଣ୍ଡା, ପରମାନପୁର ଗ୍ରାମର କ୍ଷୀରୋଦ କିସାନ ଓ ରେଙ୍ଗାଳପାଳି ଗ୍ରାମର ସୁରେଶ ବଳୁଆକୁ ଗିରଫ କରି କୋର୍ଟଚାଲାଣ କରାଯାଇଅଛି |
ଆହୁରି ମଧ୍ୟ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ଝାରସୁଗୁଡା ତରଫରୁ ଝାରସୁଗୁଡା ରେଳଷ୍ଟେସନ ଅଂଚଳରେ ଚଢ଼ଉ କରି ୮ କେଜି ୫୦୦ ଗ୍ରାମ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ବେଳେ ମାମଲାରେ ସମ୍ପୃକ୍ତ ଜୋରାବଗା (ଗୁମାଡେରା) ଅଞ୍ଚଳର ଶ୍ରୀରାମ କୁମାରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି |
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ