
ଜୟପୁର, ୨୧ ମାର୍ଚ୍ଚ (ହି.ସ.)-ବିଶ୍ୱ ବନ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ଜୟପୁର ଜଗତ ଜନନୀ ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଜୟପୁର ବନାଞ୍ଚଳ, ବନଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ଅର୍ଚିତା ମିତଲ, ସମ୍ମାନିତ ଅତିଥି ଭାବେ ଡିଏଫଓ ପ୍ରତାପ କୁମାର ବେହେରା ଉପସ୍ଥିତ ଥିଲେ । ଶୋଭାଯାତ୍ରାରେ ଲୋକଙ୍କୁ ସଚେତନ କରିବା, ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଚାରା ବଣ୍ଟନ କରାଯାଇଛି । ପୁରୁଣା ଜଙ୍ଗଲର ସରୁକ୍ଷା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା, ପରିବେଶକୁ ସୁସ୍ଥ ରଖିବା ପାଇଁ ପଲିଥିନ ବ୍ୟବହାର କମ୍ କରିବା, ଜଙ୍ଗଲ ନଷ୍ଟ ଯେପରି ନହେବେ ସେଥିପ୍ରତି ଗୁରୁତ୍ୱ ଦେଇ ଜଙ୍ଗଲଜାତ ବ୍ରବ୍ୟ ସଂଗ୍ରହ କରିବା ଉପରେ ସଚେତନା କରିବା ସହ ଯଦି ଗଛ ରହିବ ସୁରକ୍ଷିତ, ସୁରକ୍ଷିତ ହେବ ଆମ ଭବିଷ୍ୟତ ଉପରେ ସଚେତନ କରିଥିଲେ । ଏହି କାର୍ଯ୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବନ୍ୟ ଜିବ ସଂରକ୍ଷକ ରାମ ନାଥ ସାହୁ, ବନାଞ୍ଚଳ ଅଧିକାରି ଦେବେନ୍ଦ୍ର ମାଝୀ, ବନପାଳ ପି ଶ୍ରୀନିବାସ ରାଓ, ଶଶାଙ୍କ ଶେଖର ମହାରଣା, ଗୌତମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି