ଗୁର୍ଜୁଙ୍ଗ ରାଧାକୃଷ୍ଣ ମଣ୍ଡପ ଠାରେ ଦ୍ଵିତୀୟ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ
ଭବାନୀପାଟଣା, ୨୧ ମାର୍ଚ୍ଚ (ହି.ସ.)- ଆଜି ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ରାଧା କୃଷ୍ଣ ମଣ୍ଡପ ଠାରେ ଦ୍ୱିତୀୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଛି। ଏହି ନାମଯଜ୍ଞରେ ଗତ ଗୁରୁବାର ଦିନ ଉଡ଼ନ୍ତି ନଦୀରୁ କଳସ ପାଣି, କଳସ ଯାତ୍ରା କରାଯାଇଥିଲା। ଗ୍ରାମର ମହିଳାମାନେ କଳସ ଯାତ୍ରାରେ ସାମିଲ ହୋଇଥି
ଗୁର୍ଜୁଙ୍ଗ ରାଧା କୃଷ୍ଣ ମଣ୍ଡପ ଠାରେ ଦ୍ୱିତୀୟ ଅଷ୍ଟ ପ୍ରହର ନାମ ଯଜ୍ଞ ଉଯାପିତ


ଗୁର୍ଜୁଙ୍ଗ ରାଧା କୃଷ୍ଣ ମଣ୍ଡପ ଠାରେ ଦ୍ୱିତୀୟ ଅଷ୍ଟ ପ୍ରହର ନାମ ଯଜ୍ଞ ଉଯାପିତ


ଭବାନୀପାଟଣା, ୨୧ ମାର୍ଚ୍ଚ (ହି.ସ.)- ଆଜି ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ରାଧା କୃଷ୍ଣ ମଣ୍ଡପ ଠାରେ ଦ୍ୱିତୀୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଛି। ଏହି ନାମଯଜ୍ଞରେ ଗତ ଗୁରୁବାର ଦିନ ଉଡ଼ନ୍ତି ନଦୀରୁ କଳସ ପାଣି, କଳସ ଯାତ୍ରା କରାଯାଇଥିଲା। ଗ୍ରାମର ମହିଳାମାନେ କଳସ ଯାତ୍ରାରେ ସାମିଲ ହୋଇଥିଲେ ଏବଂ ଶୁକ୍ରବାର ସକାଳ ୮ଟା ରୁ ନାମଯଜ୍ଞ ଆରମ୍ଭ ହୋଇଥିଲା। କର୍ତ୍ତା ଧନଞ୍ଜୟ ମାଝୀ ଥିଲେ। ପୂଜକ ବସନ୍ତ କର ଓ ଅନ୍ୟାନ୍ୟ ପୁରୋହିତମାନେ ନାମଯଜ୍ଞରେ ପୂଜାର୍ଚନା ମନ୍ତ୍ର ପାଠ କରିଥିଲେ। ଏହି ନାମଯଜ୍ଞରେ ୭ଗୋଟି କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିବା ବେଳେ କୁବୁଡି ଓ ନାସିଗାଁ ଦଳରେ ମହିଳା ମାନେ ନାମ କୀର୍ତ୍ତନ କରିଥିଲେ ଏବଂ ମହେନ୍ଦ୍ରପୁର, ଭବାନୀପାଟଣା, ଛୁଇଲ ସର, ଘଣ୍ଟସଡ଼ା ଓ ନିଜ ଗାଁ ଗୁର୍ଜୁଙ୍ଗ ଗ୍ରାମର ପୁରୁଷମାନେ କୀର୍ତନ ପରିବେଷଣ କରି ହରି ନାମ ମହାମନ୍ତ୍ରକୁ ଗାନ କରି ଭକ୍ତଙ୍କୁ ଆଧ୍ୟାତ୍ମିକ ଭାବନାରେ ବିମୋହିତ କରିଥିଲେ ଏବଂ ଆଜି ପୂର୍ଣ୍ଣାହୁତି ଦହି ହାଣ୍ଡି ଭଙ୍ଗା ଯାଇ ନଗର କୀର୍ତ୍ତନ ସହ ଘର ଘର ବୁଲି ବନ୍ଦାପନା କରାଯାଇଛି। ଏହି ନାମଯଜ୍ଞରେ ଅନ୍ନଛତ୍ର ଖୋଲି ହଜାର ହଜାର ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଯଜ୍ଞ କମିଟିର ପର୍ଶୁରାମ ନାଏକ, ବସନ୍ତ ଶବର, ଚିତ୍ରସେନ ଶବର, ଫକୀର ମାଝୀ, ମଦନ ମାଝୀ, ନିର୍ଦ୍ଧନୀ ଶବର, ପ୍ରଦୀପ ପାୟସିଂଙ୍କ ସମେତ ମଧୁସୂଦନ ମାଝୀ ଓ ଜୟକୃଷ୍ଣ ବେହେରା କାର୍ଯ୍ୟସୂଚୀ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande