କେନ୍ଦ୍ରାପଡା ବଡହାଟର ଅହମଦିଆ ମସଜିଦରେ ଇଦୁଲ ଫିତର ପାଳିତ
କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ବଡହାଟର ଅହମଦିଆ ମସଜିଦରେ ପବିତ୍ର ଇଦୁଲ ଫିତର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଇଦୁଲ ଫିତର ପର୍ବ ସମାଜରେ ସ୍ନେହ, ସୌହାର୍ଦ୍ଦ୍ୟ ତଥା ଭାଇଚାରା ସୃଷ୍ଟି କରିଥାଏ । ଚତୁର୍ଦ୍ଦିଗରେ ସୁଖ, ଶାନ୍ତି ଓ ସମନ୍ବୟତାର ବାତାବରଣ ପ୍ରତିଷ୍ଠା କରିଥାଏ । ଏ
--କେନ୍ଦ୍ରାପଡା ବଡହାଟ ର ଅହମଦିଆ ମସଜିଦ ରେ ଇଦୁଲ ଫିତର ପାଳିତ


କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ବଡହାଟର ଅହମଦିଆ ମସଜିଦରେ ପବିତ୍ର ଇଦୁଲ ଫିତର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଇଦୁଲ ଫିତର ପର୍ବ ସମାଜରେ ସ୍ନେହ, ସୌହାର୍ଦ୍ଦ୍ୟ ତଥା ଭାଇଚାରା ସୃଷ୍ଟି କରିଥାଏ । ଚତୁର୍ଦ୍ଦିଗରେ ସୁଖ, ଶାନ୍ତି ଓ ସମନ୍ବୟତାର ବାତାବରଣ ପ୍ରତିଷ୍ଠା କରିଥାଏ । ଏହିଭଳି ଦେଖିବାକୁ ମିଳିଛି ଇଦୁଲ ଫିତର ପର୍ବ ପାଳନ ସମୟରେ । କେନ୍ଦ୍ରାପଡା ସହରସ୍ଥିତ ବଡହାଟ ଅହମଦିଆ ମୁସଲିମ ମସଜିଦ ଠାରେ ସକାଳ ୧୦ଟା ୩୦ ସମୟରେ ଇଦୁଲ ଫିତର ନମାଜ ପାଠ କରାଯାଇଛି । ଏହି ନମାଜକୁ ମୌଲବି ନସିର ଖାଁ ପଢ଼ାଇଥିଲେ । ନମାଜ ପାଠ ପରେ ଭଲ ମଣିଷ ହେବା, ସତମାର୍ଗରେ ପରିଚାଳିତ ହେବା, ଈଶ୍ବର ଭକ୍ତି କରିବା, ଗରିବ ଓ ଅସହାୟଙ୍କୁ ସହାୟତା କରିବା ତଥା ବିଶ୍ବଶାନ୍ତି ଓ ବିଶ୍ବ ଭାଇଚାରା ପ୍ରତିଷ୍ଠା କରିବା ପାଇଁ ପ୍ରବଚନରେ ମୌଲବି ସାହେବ ଆହ୍ବାନ ଦେଇଥିଲେ । ପ୍ରବଚନ ପରେ ବିଶ୍ବଶାନ୍ତି ଏବଂ ଏକତା ଓ ଅଖଣ୍ଡତା ପାଇଁ ସାମୂହିକ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଭାପତି ସେକ ଜମାଲୁଦ୍ଦିନଙ୍କ ତତ୍ବାବଧାନରେ ପରିଚାଳନା ହୋଇଥିଲା । ସେକ ମୁରସିଦ ଅହେମଦଙ୍କ ସମେତ ଗ୍ରାମ କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande