
ଜୟପୁର, ୨୧ ମାର୍ଚ୍ଚ (ହି.ସ.)ଜୟପୁରରେ ପବିତ୍ର ଇଦ-ଉଦଲ- ଫିତର ପାଳନ । ରାମଜାନ ମାସର ପବିତ୍ର ଇଦ, ଇଦ-ଉଲ- ଫିତର ମୁସଲମାନ ମାନେ ଗୋଟିଏ ମାସ ପ୍ରାୟ ଦୈନିକ ପ୍ରାୟ ୧୪ ଘଣ୍ଟା ଉପବାସ କରନ୍ତି । ଏହାପରେ ଇଦ ପାଳନ କରନ୍ତି । ମେଘୁଆ ପାଗ ଯୋଗୁଁ ଚାନ୍ଦ ଦେଖା ଯାଇନଥିବା ବେଳେ ୧ ମାସ ପୁର୍ତି ହୋଇଥିବାରୁ ଆଜି ଇଦ ପାଳନ କରାଯାଇଛି । ଜୟପୁର ସ୍ଥିତ ଖ୍ରୀଷ୍ଟିଆନପେଟା ଇଦ ଗାହା କୁ ସବୁ ସୁନି ମୁସୁଲିମ ସମାଜର ଛୋଟ ବଡ ସମସ୍ତେ ବହୁତ ଆନନ୍ଦର ସହ ଇଦୁଲଫିତର ନମାଜ ପାଠ କରିଥିଲେ । ସକାଳ ୧୧ ଟାରେ କାର୍ଯ୍ୟ ଆରମ୍ଭ ହୋଇ କବରସ୍ଥାନକୁ ଯାଇ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଦେଶରେ ଶାନ୍ତି ବଜାୟ ରହିବା ସହ ଭାଇ ଚାରା ବଜାୟ ରଖିବା ପାଇଁପ୍ରାର୍ଥନା କରାଯାଇଥିଲା । ପବିତ୍ର ଇଦ-ଉଦଲ- ଫିତର ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାହ ମହାନ୍ତି ଶୁଭେଛା ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି