ଫିଲିଂ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି , ଜଣେ ଗୁରୁତର
ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ଖଣ୍ଡଗିରି ଘାଟିକିଆରେ ଗ୍ୟାସ ଫିଲିଙ୍ଗ ବେଳେ ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲ ବେଳେ ଅଘଟଣ ଘଟିଛି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା ସୂଚନା ମିଳିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ
ଫିଲିଂ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି , ଜଣେ ଗୁରୁତର


ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ଖଣ୍ଡଗିରି ଘାଟିକିଆରେ ଗ୍ୟାସ ଫିଲିଙ୍ଗ ବେଳେ ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲ ବେଳେ ଅଘଟଣ ଘଟିଛି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା ସୂଚନା ମିଳିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପକ୍ଷରୁ ନିଆଁକୁ ଆୟତ ପାଇଁ ଉଦ୍ୟମ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande