
ମୁଖୀଗୁଡା, ୨୧ ମାର୍ଚ୍ଚ (ହି.ସ.)- ମୋଟର ସାଇକେଲରେ ଦେଶୀ ମଦ ଚାଲାଣ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ, କଲମପୁର ଥାନା ଅନୁର୍ଗତ ପରୁଆଗୁଡା ଗାଁର ଯୁଧୂଷ୍ଠିର ରଣା ଏକ ନମ୍ବର ବିହୀନ ବଜାଜ୍ ପ୍ଲାଟିନା ମୋଟର ସାଇକେଲରେ ୩୦ ଲିଟର ଦେଶୀ ମଦ ଧରି ଯାଉଥିବା ବେଳେ ବାନେର ଗାଁ ନିକଟରେ ଜୟପାଟଣା ଅବକାରୀ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ ଏବଂ ତାଙ୍କ ଟିମ୍ ଚଢ଼ଉ କରି ମଦ ଜବତ କରିଥିଲେ । ଘଟଣାରେ ଯୁଧିଷ୍ଠିରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ନିହାର