
କନ୍ଧମାଳ, ୨୧ ମାର୍ଚ୍ଚ (ହି.ସ.)- ଫୁଲବାଣୀର ଆରାଧ୍ୟ ଦେବି ମା ନାରାୟଣୀ ଏବଂ ପଞ୍ଚ ଠାକୁରାଣୀଙ୍କ ୨୭ ତମ ଯାତ୍ରା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଆଜି ଫୁଲବାଣୀ ସ୍ଥିତ, ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ, ଶୁକ୍ରବାର ସଂନ୍ଧ୍ଯା ୮ଟା ସମୟ ଫୁଲବାଣୀ ଉପଜିଲ୍ଲାପାଳ ତଥା ଯାତ୍ରା କମିଟିର ଅଧ୍ୟକ୍ଷ ଭିକାରୀ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ପୁରୁଣା କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ଆହ୍ୱାନ କରିଥିଲେ। ସଭାପତି ଭାବେ ଦୁଇ ଜଣ ପ୍ରତିଦ୍ବନ୍ଦିତା କରିବାରୁ ଉପଜିଲ୍ଲାପାଳ ଭୋଟିଙ୍ଗ ମାଧ୍ୟମରେ ଚୟନ କରିଥିଲେ। ସଭାପତି ପଦ ପାଇଁ ସିଧେଶ୍ୱର ଦାସ ଓ କାବୁଲା ସେନାପତି ପ୍ରତିଦ୍ବନ୍ଦିତା କରିଥିଲେ। ଭୋଟିଙ୍ଗ ମାଧ୍ୟମରେ କାବୁଲା ସେନାପତି ବିଜୟୀ ହୋଇଥିଲେ ଏବଂ ଉପସଭାପତି ପଦପାଇଁ ସୁଜିତ ବେହେରା, ସମ୍ପାଦକ ଭାବେ ସଂଜିତ ପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଅଜିତ ମହାରଣା, ବୀଣାପାଣି ପ୍ରଧାନ, ଜୟସେନ ପରିଡା ଓ ଶିବଶଙ୍କର ପଣ୍ଡା, କୋଷାଧ୍ୟକ୍ଷ ଭାବେ ଅଶୋକ ମେକାପ ଓ କମଳ ବେହେରା ଅର୍ଥ ସମ୍ପାଦକ ଭାବେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ। ସଭାପତି ପଦ ଭଳି ସାଂସ୍କୃତିକ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା, ଏହି ନିର୍ବାଚନ ରେ ତିନିଜଣ ପ୍ରତିଦ୍ବନ୍ଦିତା କରିଥିଲେ ଓ ଅଶୋକ ମହାନ୍ତି ବିଜୟ ଲାଭ କରିଥିଲେ। ଶେଷରେ ପୁରୁଣା କମିଟିର ସଭାପତି ସୁଧାଂଶୁ ସେନାପତି ଓ ସମ୍ପାଦକ ଦୁର୍ଗା ତ୍ରିପାଠୀ ନୂତନ କର୍ମକର୍ତ୍ତା ମାନଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ।
ଉପଜିଲ୍ଲାପାଳ ଭିକାରି ଚରଣ ସାହୁ ଉପସ୍ଥିତ ଥିବା ସମସ୍ତ ବଜାର କମିଟି, ବିଭିନ୍ନ କ୍ଳବ ଓ ମନ୍ଦିର କମିଟିର କର୍ମକର୍ତ୍ତାଙ୍କୁ ସହଯୋଗ କରିଥିବାରୁ ଅଭନନ୍ଦନ ଜଣାଇ ସଭା ସାଙ୍ଗ କରିଥିଲେ। ଏହି ନୂତନ କମିଟି ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ