ଫୁଲବାଣୀ ନବୋଦୟ ପ୍ରବେଶିକା ପରୀକ୍ଷାରେ ଛାତ୍ରୀ ସୂଚନାଙ୍କ ସଫଳତା
Navodaya entrance News from phulbani
ଫୁଲବାଣୀ ନବୋଦୟ ପ୍ରବେଶିକା ପରୀକ୍ଷାରେ ଛାତ୍ରୀ ସୂଚନାଙ୍କ ସଫଳତା


କନ୍ଧମାଳ,୨୧ ମାର୍ଚ୍ଚ(ହି.ସ.) – ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କନ୍ଧମାଳ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୂଚନା ପ୍ରଧାନ ଶତକଡ଼ା ୮୯ ପ୍ରତିଶତ ନମ୍ବର ରଖି ୨୮ତମ ର୍ୟାଙ୍କରେ କୃତିତ୍ୱଲାଭ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ନରେଶ ଚନ୍ଦ୍ର ଜିନ୍ନାଟା ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସୂଚନା ବର୍ତମାନ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଛାତ୍ରୀ ସୂଚନା ହେଉଛନ୍ତି ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଡ. ରଞ୍ଜନ ପ୍ରଧାନ ଏବଂ ପ୍ରଜ୍ଞା ପରିମିତା ପ୍ରଧାନଙ୍କ କନିଷ୍ଠ କନ୍ୟା। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande