ପୁରୁଣା ରାସ୍ତା କାମ ଆରଡି ବିଭାଗ ଦ୍ଵାରା ପିଚୁ ହେବାପରେ ମଧ୍ୟ ଏନଏମଏମଏସ କରାଯାଇ ସରକାରୀ ଅର୍ଥ ଲୁଟ୍ କରୁଥିବା ଅଭିଯୋଗ
ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବିଲ୍ଲିଗୁଡ଼ା ଗ୍ରାମରେ ମନରେଗା ଅର୍ଥ ଲୁଟ୍ ଅଭିଯୋଗ । ସୂଚନା ମୁତାବକ, ବିଲ୍ଲିଗୁଡ଼ା ଗ୍ରାମରେ ମନରେଗା ଯୋଜନାରେ ନିର୍ମିତ କୋଡ଼ ନମ୍ବର ୧୦୫୧୧୧୬୨ ର ୨୦୨୧-୨୨ ଆର୍ଥିକ ବର୍ଷରେ ଆରଡି ର
ପୁରୁଣା ରାସ୍ତା କାମ ଆର ଡି ବିଭାଗ ଦ୍ୱାରା ପିଚୁ ହେବାପରେ ମଧ୍ୟ ଏନଏମଏମଏସ କରାଯାଇ  ସରକାରୀ ଅର୍ଥ ଲୁଟ୍


ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବିଲ୍ଲିଗୁଡ଼ା ଗ୍ରାମରେ ମନରେଗା ଅର୍ଥ ଲୁଟ୍ ଅଭିଯୋଗ ।

ସୂଚନା ମୁତାବକ, ବିଲ୍ଲିଗୁଡ଼ା ଗ୍ରାମରେ ମନରେଗା ଯୋଜନାରେ ନିର୍ମିତ କୋଡ଼ ନମ୍ବର ୧୦୫୧୧୧୬୨ ର ୨୦୨୧-୨୨ ଆର୍ଥିକ ବର୍ଷରେ ଆରଡି ରାସ୍ତା ଠାରୁ ନଦୀ ଘାଟ ପର୍ଯ୍ୟନ୍ତ ଏକ ମେଟାଲ ରାସ୍ତାର ଅଳ୍ପ କିଛି କାମ ହୋଇଥିଲା । ଯାହାର ଅଟକଳ ମୂଲ୍ୟ ୮ ଲକ୍ଷ ୫୦ ହଜାର ଥିବା ବେଳେ କାମ ସଂପୂର୍ଣ୍ଣ ହୋଇ ନଥିବାରୁ ସେତେବେଳେ ବିଭାଗୀୟ ଅଧିକାରୀ ଅର୍ଥ ପ୍ରଦାନ କରିନଥିବା ଜଣାପଡ଼ିଛି । କିନ୍ତୁ ବର୍ତ୍ତମାନ ଉକ୍ତ କାମ ସଂପୂର୍ଣ୍ଣ କରାନଯାଇ ଏହାର ଏନଏମଏମଏସ କରାଯାଇ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସରକାରୀ ଅର୍ଥ ଲୁଟ୍ କରୁଥିବା ଅଭିଯୋଗ ହେଉଛି । ଏହା ୮ ଲକ୍ଷ ୫୦ ହଜାର ଟଙ୍କା ର କାମ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୨୭୨୨ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି । ଏହା ପୁରୁଣା କାମ ହୋଇଥିବା ବେଳେ ଉକ୍ତ ରାସ୍ତା ବର୍ତ୍ତମାନ ବିଚୁ ରାସ୍ତା ହୋଇଯାଇଥିବା ବେଳେ ଏହାର ଫେକ୍ ଏନ ଏମଏମଏସ କରାଯାଇ ସରକାରୀ ଅର୍ଥ ଲୁଟ କରାଯାଉଥିବା ସ୍ଥାନୀୟ କିଛି ଲୋକ ନିଜର ନାମ ଗୋପନ ରଖି ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିର ପେଡ଼ି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ଗଠନ କରି ନିରପେକ୍ଷ ତଦନ୍ତ କଲେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ସାମ୍ନାକୁ ଆସିବ ବୋଲି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ କହିଛନ୍ତି । ଏନେଇ ସମ୍ପୃକ୍ତ ପଞ୍ଚାୟତର ପିଇଓ ଙ୍କ ସହ ଯୋଗା ଯୋଗ କରିବାରୁ ସେ ଏହାର ତଦନ୍ତ କରି ସୂଚନା ଦେବେ ବୋଲି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande