
ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ଆନୁକୁଲ୍ୟରେ ସଭାପତି ରଶ୍ମି ପାତ୍ରଙ୍କ ସଭାପତିତ୍ୱରେ ମଂଚ ପରିଚାଳନା ସହ ବିଶ୍ୱ ପଖାଳ ଦିବସ ଓ ବିଶ୍ୱ କବିତା ଦିବସ ଉପଲକ୍ଷେ ଏକ ବହୁଭାଷୀ କବିତା ଆସର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ବରିଷ୍ଠ ସାହିତ୍ୟିକା ତଥା ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତ ମାତୃଶକ୍ତି ସଂଯୋଜିକା ସରସ୍ୱତୀ ନନ୍ଦ ଓ ପ୍ରକୃତି ବନ୍ଧୁ ଡ. ଡୋଲାମଣି ଶତପଥୀ, ବରଗଡରୁ ଯୋଗଦାନ ଦେଇ ନିଜ ମତାମତ ପ୍ରଦାନ କରି ପଖାଳ ଓ କବିତାର ଜୀବନ ସହ ମହତ୍ୱ ଓ ଗୁଣକାରୀ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଦିଲିପ କୁମାର ପୁରୋହିତ ମଧ୍ୟ ବାସ୍ତବ ଜୀବନରେ କବିତାର କଣ ସବୁ ଆବଶ୍ୟକତା ଅଛି ତାହା ଆଲୋଚନା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହ ସମ୍ପାଦିକା ମମତା ପାତ୍ର ସ୍ୱାଗତ ସଂଗୀତ ଓ କଣ୍ଠଶିଳ୍ପୀ ଚୁମକି ଦାସ ଉପସ୍ଥାପନା ସହ ସୁଲଳିତ କଣ୍ଠରେ ଦେଶ ବନ୍ଦନା ଗାନ କରିଥିଲେ ।
ଭବାନୀ ଶଙ୍କର ପଟେଲ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ଭିନ୍ନ ଭିନ୍ନ ପଖାଳ ବିଷୟରେ କହିଥିଲେ ଓ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏମିତି ଆସର ବଲାଙ୍ଗିରରେ ପ୍ରଥମ ଥର ଅନୁଷ୍ଠିତ ହେଲା । ସୁଷମା ଦାସ, ନିରୁପମା ମିଶ୍ର, ଶକୁନ୍ତଳା ପାତ୍ର, ସରସ୍ୱତୀ ମିଶ୍ର, ମିନାକ୍ଷୀ ପାତ୍ର, ଜାନକୀ ସୁବୁଦ୍ଧି, ମନୋଜ କୁମାର ପାତ୍ର ଯୋଗଦାନ କରି ପ୍ରତି ମାସରେ ଏମିତି ଆସର ହେଉ କହି ମତାମତ ଦେଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ