ପୂର୍ବତନ ମନ୍ତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନକୁ ବିଜେଡିର ପ୍ରତିବାଦ
ସମ୍ବଲପୁର,୨୧ ମାର୍ଚ୍ଚ(ହି.ସ.) – ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କୁ ଧମକ ଓ ତାଙ୍କ ବାସଭବନ ସମ୍ମୁଖରେ କିଛି ଦୁର୍ବୃତମାନେ ଯେପରି ଆତଙ୍କରାଜ ପ୍ରଦର୍ଶନ କରିଥିଲେ ତାହା କୌଣସି ସୁସ୍ଥ ବାତାବରଣ ଯୁକ୍ତ ଶାସନକଳରେ ଶୋଭାପାଏ ନାହି। ଜଣେ ପୂର୍ବତନ ମନ୍ତ୍ରୀ ପ୍ରତି ଏଭଳି ଅଭ
ପୂର୍ବତନ ମନ୍ତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନକୁ ବିଜେଡିର ପ୍ରତିବାଦ


ସମ୍ବଲପୁର,୨୧ ମାର୍ଚ୍ଚ(ହି.ସ.) – ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କୁ ଧମକ ଓ ତାଙ୍କ ବାସଭବନ ସମ୍ମୁଖରେ କିଛି ଦୁର୍ବୃତମାନେ ଯେପରି ଆତଙ୍କରାଜ ପ୍ରଦର୍ଶନ କରିଥିଲେ ତାହା କୌଣସି ସୁସ୍ଥ ବାତାବରଣ ଯୁକ୍ତ ଶାସନକଳରେ ଶୋଭାପାଏ ନାହି। ଜଣେ ପୂର୍ବତନ ମନ୍ତ୍ରୀ ପ୍ରତି ଏଭଳି ଅଭଦ୍ର ଆଚରଣକୁ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳ ତୀବ୍ର ପ୍ରତିବାଦ କରି ଆଜି ରାଜ ରାସ୍ତାକୁ ଓହ୍ଲାଇଛି। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ବର୍ତମାନ ସମୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେଣୁ ରାଜ୍ୟ ଗୃହ ବିଭାଗକୁ ସିଧା ସଳଖ ଭାବେ ଟାର୍ଗେଟ କରିଛି ସମ୍ବଲପୁର ବିଜୁ ଛାତ୍ର ଜନତା ଦଳ କ୍ଷ ଯଦି ଜଣେ ପୂର୍ବତନ ମନ୍ତ୍ରୀ ଏଠାରେ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଜନତା କେମିତି ନିଜକୁ ସୁରକ୍ଷିତ ମନେ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande