ଦୃଷ୍ଟି ହୀନ ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୫ ବର୍ଷ ଜେଲଦଣ୍ଡ
ଜୟପୁର, ୨୧ ମାର୍ଚ୍ଚ (ହି.ସ.)- ଦୃଷ୍ଟି ହୀନ ନାବାଳିକାକୁ ଦୁଷ୍କର୍ମ ମାମଲାର ଆଜି ଜୟପୁର ସ୍ଥିତ ପୋକ୍ସୋ କୋର୍ଟ ରାୟ ଦେଇଛନ୍ତି । ଅତିରିକ୍ତ ଜିଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ସୁଶ୍ରୀ ସଂଘମିତ୍ରା ଦାସ ଏହି ରାୟ ଦେଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରାମାଣକୁ ଭିତ୍ତି କରି ଅଭିଯୁକ୍ତ ସେମ
ଦୃଷ୍ଟି ହୀନତା ନାବାଳିକାକୁ ଦୁଷ୍କର୍ମ ମାମଲା   ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ


ଜୟପୁର, ୨୧ ମାର୍ଚ୍ଚ (ହି.ସ.)- ଦୃଷ୍ଟି ହୀନ ନାବାଳିକାକୁ ଦୁଷ୍କର୍ମ ମାମଲାର ଆଜି ଜୟପୁର ସ୍ଥିତ ପୋକ୍ସୋ କୋର୍ଟ ରାୟ ଦେଇଛନ୍ତି । ଅତିରିକ୍ତ ଜିଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ସୁଶ୍ରୀ ସଂଘମିତ୍ରା ଦାସ ଏହି ରାୟ ଦେଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରାମାଣକୁ ଭିତ୍ତି କରି ଅଭିଯୁକ୍ତ ସେମିଳିଗୁଡା ଥାନା ଅନ୍ତର୍ଗତ କାଙ୍ଗାରା ଗ୍ରାମର ଲଇଛନ ଭୋଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦୟ ହେଲେ ଅଧିକା ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଶୁଣାଣି ହୋଇଛି । ସୂଚନା ଅନୁଯାୟୀ, ଗତ ୨୦୨୪ ମସିହାରେ ସେମିଳିଗୁଡା ଥାନା ଅନ୍ତର୍ଗତ କାଙ୍ଗାରା ଗ୍ରାମର ଳଇଛନ ଭୋଇ କୋରାପୁଟ ଥାନା ଅନ୍ତର୍ଗତ ଚେମିଆଗୁଡା ଗ୍ରାମରେ ରହୁଥିବା ଜଣକ ଘରକୁ ପୁଜା ପାଠ କରିବା ପାଇ ଯାଇଥିଲେ ଅଭିଯୁକ୍ତ ଲଇଛନ ଭୋଇ । ଜଣେ ଦୃଷ୍ଟି ହିନ ୧୫ ବର୍ଷର ନାବାଳିକାକୁ ଖରାପ ଥିବା ଆଖିକୁ ଭଲ କରିବା ବାହାନାରେ ନାବାଳିକାକୁ ନେଇ ମଦ ପିଆଇ ଦୁଷ୍କର୍ମ କରିଥିଲା । ଏନେଇ କୋରାପୁଟ ଟାଉନ ଥାନାରେ ନାବାଳିକାକକୁ ଦୁଷ୍କର୍ମ ହୋଇଥିବା ନେଇ ଗତ ୨୪.୦୯.୨୪ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ୨୭୩/୨୪ ମାମଲା ରୁଜୁ କରିଥିଲା । ଏହି ମାମଲାର ଶୁଣାଣି ଜୟପୁର ପୋକ୍ସୋ କୋର୍ଟରେ ଆଜି ହୋଇଛି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ଉକ୍ତ ମାମଲାର ବିଚାର କରି ୯ ଜଣ ସାକ୍ଷିଙ୍କ ସାକ୍ଷ୍ୟ ପ୍ରାଣରୁ ଭିତ୍ତି କରି ଅଭିଯୁକ୍ତ ଥିବା ଲଇଛନ ଭୋଇକୁ ବିଭିନ୍ନ ଧାରାରେ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ପି. ସନ୍ୟାୟୀ ରାଓ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande