ଜଙ୍ଗଲ ଦିବସରେ ଜଙ୍ଗଲ ପୋଡିର ନିରାକରଣ ପାଇଁ ଶିମିଳିପାଳରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ଜନ ଭାଗିଦାରୀ ଏକ ପ୍ରମୁଖ ଆହ୍ୱାନ। ସବୁ ସମୟରେ ମନୁଷ୍ୟ କୃତ ନିଆଁ ହିଁ ଜଙ୍ଗଲକୁ ଅଗ୍ନିମୟ କରୁଛି, ସତରେ ଜଙ୍ଗଲ ଯଦି କଥା କହି ପାରନ୍ତା ଆମେ ତା''ର ଅଗ୍ନିଭରା କୋହ ସହ କଷ୍ଟମୟ ଚିତ୍କାର କ''ଣ ଆମ କାନ ସହି ପାରନ୍ତା। ଯେଉଁଭଳ
ଜଙ୍ଗଲ ଦିବସରେ ଜଙ୍ଗଲ ପୋଡିର ନିରାକରଣ ପାଇଁ ଶିମିଳିପାଳ ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ଜନ ଭାଗିଦାରୀ ଏକ ପ୍ରମୁଖ ଆହ୍ୱାନ। ସବୁ ସମୟରେ ମନୁଷ୍ୟ କୃତ ନିଆଁ ହିଁ ଜଙ୍ଗଲକୁ ଅଗ୍ନିମୟ କରୁଛି, ସତରେ ଜଙ୍ଗଲ ଯଦି କଥା କହି ପାରନ୍ତା ଆମେ ତା'ର ଅଗ୍ନିଭରା କୋହ ସହ କଷ୍ଟମୟ ଚିତ୍କାର କ'ଣ ଆମ କାନ ସହି ପାରନ୍ତା। ଯେଉଁଭଳି ଯୁଦ୍ଧ ହେବା ଦ୍ୱାରା ସାରା ବିଶ୍ୱ ରେ ଅର୍ଥନୀତି ଠୁ ଆରମ୍ଭ କରି ସାମାଜିକ କ୍ଷତି ସହିବାକୁ ପଡୁଛି, ତା'ର ପୁରା କୁପ୍ରଭାବ ପରିବେଶ ଉପରେ ପଡୁଛି। ବହୁ ଗବେଷଣାରୁ ଜଣା ପଡିଛି ଯେ, ସାରା ପୃଥିବୀର ସବୁ ଗଛ ଯଦି କାଟି ଦିଆଯାଏ ତେବେ କିଛି ସମୟ ମଧ୍ୟରେ ପ୍ରାଣୀ ଜଗତ ଠପ୍ ହୋଇଯିବ। ଜଙ୍ଗଲ ନିଆଁକୁ କେବଳ ପ୍ରତିହତ କରିବ ଆମ ଜନ ମାନସ। ବିଷୟ ଏହା ଯେ ଜଙ୍ଗଲ ପାଦ ଦେଶରେ ରହୁଥିବା ଲୋକ ମାନଙ୍କ ମଧ୍ୟରେ ପରିବର୍ତ୍ତନ ଆବଶ୍ୟକ। ଜଙ୍ଗଲକୁ ସୁରକ୍ଷା ଦେଲା ପରେ ଆମେ ଯାହା ପାଇବା ତାହା ବ୍ୟବହାର କରିବା ଉଚିତ। ପ୍ରକୃତିର ଭାରସାମ୍ୟକୁ ସନ୍ତୁଳନ କେବଳ ଜଙ୍ଗଲ ହିଁ କରୁଛି। ଏହି ଜଙ୍ଗଲର ସୁରକ୍ଷା ପାଇଁ ନୂତନ ଧରଣର ଜଙ୍ଗଲ ପୋଡିର ନିରାକାରଣ କାର୍ୟ୍ୟକ୍ରମ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବାରିପଦା ଜିଲ୍ଲାର ବୃହତ ଜଙ୍ଗଲ ଶିମିଳିପାଳରେ ସର୍ବ ପ୍ରଥମେ ଏହି ସଚେତନତା କାର୍ଯ୍ଯକ୍ରମ ଆରମ୍ଭ କରିଛନ୍ତି। ସାରା ଓଡିଶାରେ ଏହି ଅନୁଷ୍ଠାନର ବିଭିନ୍ନ ପ୍ରକାରର କାର୍ଯ୍ଯକ୍ରମ ହୋଇଥାଏ। ମହୁଲ ଗଛ ଏହି ଜଙ୍ଗଲୀ ଅଂଚଳରେ ଏକ ଲାଭପ୍ରଦ ଗଛ ଅଟେ। ଏହି ଗଛର ଫଳକୁ ତୋଳି ସେମାନେ ପିଠା କରି ଖାଇବା ସହ ଅନ୍ୟ ବ୍ୟବସାୟରେ ଲଗାଇଥାନ୍ତି। ଏହି ଫଳ ତୋଳିବା ପାଇଁ ଅଂଚଳବାସୀ ଗଛର ଚତୁର୍ପାଶ୍ୱ ସଫା ରଖିଥାନ୍ତି। ଗଛ ପତ୍ର ମାନ ପଡି ଗଛ ତଳ ଅଳିଆ ହୋଇଥାଏ, ଯାହା ପାଇଁ ଫଳ ତୋଳିବାରେ ସେମାନଙ୍କୁ ଅସୁବିଧା ହୋଇଥାଏ। ଯାହା ପାଇଁ ସେମାନେ ନିଆଁ ଲଗାଇ ସ୍ଥାନ ସଫା କରିଥାନ୍ତି। ଏହି ନିଆଁ ଏକ ଗଛରୁ ଅନ୍ୟ ଅଂଚଳକୁ ବ୍ୟାପିଥାଏ, ଯାହା ଫଳରେ ଜଙ୍ଗଲ ପୋଡି ଆରମ୍ଭ ହୋଇଥାଏ। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂତନ ବ୍ୟବସ୍ଥା କରାଯାଇଛି। ଗଛର ମୂଳରେ ପତଳା ଜରି ଜାଲି ଖୁଣ୍ଟରେ ବାନ୍ଧିବା ପରେ ମହୁଲ ଫଳ ଏହି ଜାଲିରେ ରହିଥାଏ ଓ ସେମାନଙ୍କୁ ନେବାରେ ସୁବିଧା ହୋଇନଥାଏ। ଯାହା ଫଳରେ ଆଉ ସେମାନେ ଅଗ୍ନି ସଂଯୋଗ କରନ୍ତି ନାହିଁ, ଆଉ ଜଙ୍ଗଲ ପୋଡି ମଧ୍ୟ ହୁଏ ନାହିଁ।

ଏହି ସଚେତନତା କାର୍ଯ୍ଯକ୍ରମକୁ ଶିମିଳିପାଳ ଜଙ୍ଗଲର ବିଭିନ୍ନ ସ୍ଥାନରେ କରାଯାଇଥିଲା। ଏହି ସ୍ଥାନ ଗୁଡିକ ହେଲା ବାରିବଡା, ବ୍ରାହ୍ମଣକୁଣ୍ଡ, କାକିଡି, ବାଙ୍ଗିରିପୋଷି, କୁସୁମବନ୍ଧ। ଏହି କାର୍ଯ୍ଯକ୍ରମରେ ବହୁ ଅଂଚଳବାସୀ ସମର୍ଥନ ଦେବା ସହ ଟ୍ରଷ୍ଟ ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ଥିଲେ।

କିଛି ସାମ୍ବାଦିକ ବନ୍ଧୁ କହିଥିଲେ କିଛି ତ ନୂଆ ହେଲା। କାର୍ଯ୍ଯକ୍ରମରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଜୋତିଶ ଗୌରାଙ୍ଗ ନାୟକ, ଦେବେନ୍ଦ୍ର ନାୟକ, ତପନ କୁମାର ନାଥ, ରାକେଶ ବଳ, ହୃଷିକେଶ ମହାନ୍ତି, ସାମାଜିକ କର୍ମୀ ନିରୋଜ ପୋଥାଳ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande