ବିଶ୍ଵ କଣ୍ଢେଇ ଦିବସ ପାଳନ
ଜୟପୁର, ୨୧ ମାର୍ଚ୍ଚ (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶାରଦା ବିହାର ଜୟପୁର ଠାରେ ବିଶ୍ୱ କଣ୍ଢେଇ ଦିବସ ଧୁମଧାମରେ ପାଳନ କରାଯାଇଛି l ପ୍ରଧାନ ଆଚାର୍ଯ୍ଯ ଶ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମ ଚନ୍ଦ୍ର ମହାନ୍ତି ପର୍ଯ୍ୟାୟ ପ୍ରମୁଖ ଅତିଥି ଭା
ବିଶ୍ଵ କଣ୍ଢେଇ ଦିବସ ପାଳନ


ଜୟପୁର, ୨୧ ମାର୍ଚ୍ଚ (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶାରଦା ବିହାର ଜୟପୁର ଠାରେ ବିଶ୍ୱ କଣ୍ଢେଇ ଦିବସ ଧୁମଧାମରେ ପାଳନ କରାଯାଇଛି l ପ୍ରଧାନ ଆଚାର୍ଯ୍ଯ ଶ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମ ଚନ୍ଦ୍ର ମହାନ୍ତି ପର୍ଯ୍ୟାୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l କଣ୍ଢେଇ ଦିବସର ମହତ୍ତ୍ବ ଏବଂ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କଣ୍ଢେଇର ଭୂମିକା କ'ଣ ସେ ସମ୍ପର୍କରେ ମୁଖ୍ୟ ଅତିଥି ଅଭିଭାଷଣ ଦେଇଥିଲେ l

ବିଭିନ୍ନ ପ୍ରକାର କଣ୍ଢେଇ ଯଥା : ମାଟି କଣ୍ଢେଇ, ଗୋବର କଣ୍ଢେଇ, କାଗଜ କଣ୍ଢେଇ, କାଠ କଣ୍ଢେଇ, କପଡ଼l କଣ୍ଢେଇ ଏବଂ ତୁଳା କଣ୍ଢେଇ ଏସବୁକୁ ନେଇ ପ୍ରଦର୍ଶନୀ କରାଇବା ସହ ଶିଶୁମାନଙ୍କୁ କେଉଁ ପ୍ରକାରର କଣ୍ଢେଇ ଖେଳିବା ପାଇଁ ଦିଆଯିବା ଉଚିତ ସେ ସମ୍ପର୍କରେ ସମସ୍ତ ଶିଶୁ ବାଟିକା ବିଭାଗ ଗୁରୁମା ମାନେ ଧାରଣା ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ମୋଟ୍ ୬୫ ଜଣ ଶିଶୁଙ୍କ ସହ ୮୭ ଜଣ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ସହାୟକ ହୋଇଥିଲେ l କାର୍ଯ୍ୟକ୍ରମ ସଫଳ ଦିଗରେ ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକା ପୂର୍ଣ୍ଣ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande