ରାଜ୍ୟ ସ୍ତରୀୟ କୋଶଳୀ ନାଟବାଦୀ-ନାଟଯାତ୍ରା ତୃତୀୟ ସନ୍ଧ୍ୟାରେ ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ
ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ରାଜ୍ୟ ସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍ରା ଗତକଲି ତୃତୀୟ ଦିବସରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମା’ ସମଲେଇଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୁଜାର୍ଚ୍ଚନା
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ତୃତୀୟ ସନ୍ଧ୍ୟାରେ ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ


ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ରାଜ୍ୟ ସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍ରା ଗତକଲି ତୃତୀୟ ଦିବସରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମା’ ସମଲେଇଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୁଜାର୍ଚ୍ଚନା ପରେ ମଞ୍ଚ ଖୋଲାଯାଇଥିଲା । ସାଇଟ ନର୍ସିଂ କଲେଜ ଅଧ୍ୟକ୍ଷା ସ୍ନିଗ୍ଧାମିନତୀ ଦାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦାନ କରିଥିଲେ । ବଲାଙ୍ଗିର ମ୍ୟୁୂନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ ଓ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ମଞ୍ଚାସୀନ ଥିଲେ । ସାଇଟ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ସ୍ୱାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ । ଅତିଥି ବୃନ୍ଦ ମଞ୍ଚସ୍ଥ ହୋଇଥିବା ବରଗଡ ଜିଲ୍ଲା ସମର୍ପଣ ନାଟ୍ୟ ଅନୁଷ୍ଠାନର “ଆଏବା ସକାଲ” ନାଟକଟି ଆଜିର ସମାଜ ପାଇଁ ଏକ ନୂତନ ବାର୍ତ୍ତା ନେଇ ମଞ୍ଚସ୍ଥ ହୋଇଥିଲା ବୋଲି ମନ୍ତବ୍ୟ ଦେଇଥିଲେ । ନାଟ୍ୟ ଜଗତରେ ଅବଦାନ ଥିବା ନାଟ୍ୟକାର ନିସାର ଅହମ୍ବଦ ନିସାର, ଗୀତିକାର ଶାନ୍ତନୁ ପୁରୋହିତ ଏବଂ ଅଭିନୟ ପ୍ରତି ସମର୍ପିତ ପ୍ରତିଭା ସୁଶ୍ରୀ ନୁରଙ୍କୁ ନାଟକ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ତା' ପରେ ଦେଓଗାଁ ବ୍ଲକ ଚନ୍ଦ୍ରପୁର ଶ୍ରୀରାମଜୀ କଳାପରିଷଦର କଳାକାରମାନେ ଗୀତିନାଟ୍ୟ “ସୀତାଠାବ” ପରିବେଷଣ କରିଥିଲେ । ହନୁମାନ ଭୂମିକାରେ ଅଭିନୟ କରିଥିବା ଶରତ ପୁଟେଲଙ୍କ ଅଭିନୟ ମର୍ମସ୍ପର୍ଶୀ ହୋଇଥିଲା ।

ମଞ୍ଚ ପରିଚାଳନାରେ ବି.ଏସ୍.ସି. ନର୍ସିଂର ଛାତ୍ରୀ ଲିପିକା ମହାକୁର, ହେମାଙ୍ଗିନୀ ରାଉତ, ଇପସିତା ପ୍ରଧାନ, ହରିପ୍ରିୟା ମହାନନ୍ଦ, ଅଭିଲାଶରାଣୀ ନନ୍ଦ, ପାୟଲ ବୁଡେକ, ମାମୁନୀ ରଣା, ରିଆ ଓରାମ, ଅପର୍ଣ୍ଣାରାଣୀ ପୁଟେଲ, ତ୍ରିବେଣୀ ବାଗ, ପୁଷ୍ପାଞ୍ଜଳି ଖମାରୀ, ନମିତା ଏକ୍କା ତଥା ରାମପ୍ରସାଦ ଦାଶ ପାୟଲ ବୁଡେକ, ମାମୁନୀ ରଣା, ରିଆ ଓରାମ, ଅପର୍ଣ୍ଣାରାଣୀ ପୁଟେଲ, ତ୍ରିବେଣୀ ବାଗ, ପୁଷ୍ପାଞ୍ଜଳି ଖମାରୀ, ନମିତା ଏକ୍କା ତଥା ରାମପ୍ରସାଦ ଦାଶ ସହଯୋଗ କରିଥିଲେ । ଶେଷରେ ପ୍ରହଲ୍ଲାଦ ଦର୍ଜି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande