ସାରୁଆଳି ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଶବ ଜବତ ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଏବିଭିପି କାର୍ଯ୍ୟକର୍ତ୍ତା : ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ - ଏବିଭିପି
ଭୁବନ, ୨୧ ମାର୍ଚ୍ଚ (ହି.ସ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଘଟିଥିବା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଘଟଣା ସମାଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି ବୋଲି ସଂଗଠ
ସାରୁଆଳି ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଶବ ଜବତ ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଏବିଭିପି କାର୍ଯ୍ୟକର୍ତ୍ତା


ଭୁବନ, ୨୧ ମାର୍ଚ୍ଚ (ହି.ସ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଘଟିଥିବା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଘଟଣା ସମାଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଶନିବାର ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ-ସମ୍ପାଦକ ଆଶିଷ କୁମାର ବେହେରାଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ପୀଡ଼ିତା ଅଙ୍କିତା ପ୍ରିୟଦର୍ଶିନୀ ବାରିକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ। ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଏହି କଠିନ ସମୟରେ ବିଦ୍ୟାର୍ଥୀ ପରିଷଦ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ସହ ରହିଛି ବୋଲି ଦୃଢ଼ ଆଶ୍ୱାସନା ଦେଇଥିଲେ।

ଏହି ଅବସରରେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ନ୍ୟାୟ ପ୍ରଦାନରେ ଅବହେଳା କରାଗଲେ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ କରାଯିବା, ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବାକୁ ଏବିଭିପି ଦାବି କରିଛି । “ନ୍ୟାୟ ପ୍ରଦାନରେ କୌଣସି ପ୍ରକାରର ବିଳମ୍ବ କିମ୍ବା ଶିଥିଳତାକୁ ସହ୍ୟ କରାଯିବ ନାହିଁ। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପରିଷଦ ସଂଗ୍ରାମ ଜାରି ରଖିବ,” ବୋଲି ରାଜ୍ୟ ସହ-ସମ୍ପାଦକ ଆଶିଷ କୁମାର ବେହେରା କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande