ଥାପାଗୁଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ବ୍ଲକ ମାର୍କା ପାଲ୍ଲୀ ପଞ୍ଚାୟତ ଥାପାଗୁଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ପ୍ରଧାନସେବିକା ଆରତୀ ଚାଟର୍ଜୀଙ୍କ ଆବାହକତ୍ଵରେ ଅନୁଷ୍ଠିତ ସଭାରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସସ୍ମିତା ମାଝୀ ସଭାପତିତ୍ବ କରିଥିଲେ। ଏଥ
ଥାପାଗୁଡା ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ


ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ବ୍ଲକ ମାର୍କା ପାଲ୍ଲୀ ପଞ୍ଚାୟତ ଥାପାଗୁଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ପ୍ରଧାନସେବିକା ଆରତୀ ଚାଟର୍ଜୀଙ୍କ ଆବାହକତ୍ଵରେ ଅନୁଷ୍ଠିତ ସଭାରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସସ୍ମିତା ମାଝୀ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଅନୁଗୁ, ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହାତୀରାମ ଗାଡ଼ିଲି, ମାଲାଳିଗୁଡା ୱାର୍ଡ ମେମ୍ବର ସମରା ଗାରାମି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନବକୃଷ୍ଣ ପୂଜାରୀ, ସାଉଲିଗୁଡା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ସେବକ କବିରାଜ ପ୍ରଧାନ, ସି ଆର ସି ସି ଅମ୍ରିତ ବିଶ୍ୱାସ, ମହିଳାସ୍ୱାସ୍ଥ୍ୟ କର୍ମୀ ଭି. ପୁଷ୍ପାବତୀ ପ୍ରମୁଖ ମଞ୍ଚାସିନ ଥିଲେ।

ସଭା ଆରମ୍ଭରେ ପ୍ରଧାନସେବିକା ଶ୍ରୀମତୀ ଚାଟର୍ଜୀ ବିଦ୍ୟାଳୟର ବାର୍ଷିକ ବିବରଣି ପଠନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଅନ୍ତେବାସୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନରେ ସେବକ ହରି ହର ମାଢି, ଅନିରୁଦ୍ଧ ଦାସ, ମମତା ଚାଲାଣ ଆରତୀ ପ୍ରଧାନ, ମେଟ୍ରୋନ ପ୍ରଭାତୀ ସାହୁ,ସିସିଏ ସବିତା ମାଛା, ସୋଭା ମାଡକାମୀ, ସୀତାରାଣୀ ନାୟକ ଓ ଲକ୍ଷ୍ମୀ ମାଡକାମୀ ସହଯୋଗ କରିଥିଲେ। ସର୍ବ ଶେଷରେ ସେବକ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande