ତୁରଙ୍ଗ ଗ୍ରାମପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ଓ ଯାତ୍ରୀ ବିଶ୍ରାମାଗାର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)-ଅନୁଗୋଳ ବଅଁରପାଳ ଅନ୍ତର୍ଗତ ତୁରଙ୍ଗ ଗ୍ରାମପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ଏବଂ ତୁରଙ୍ଗ ଛକ ଠାରେ ନିର୍ମିତ ଯାତ୍ରୀ ବିଶ୍ରାମାଗାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ
ଡିପି


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)-ଅନୁଗୋଳ ବଅଁରପାଳ

ଅନ୍ତର୍ଗତ ତୁରଙ୍ଗ ଗ୍ରାମପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ଏବଂ ତୁରଙ୍ଗ ଛକ ଠାରେ ନିର୍ମିତ

ଯାତ୍ରୀ ବିଶ୍ରାମାଗାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି

ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବାସ୍ତବରେ ତୁରଙ୍ଗ ଆଜି ପୌରାଞ୍ଚଳର ଏକ ଅବିଚ୍ଛେଦ୍ୟ

ଅଂଶ ପାଲଟିଥିବା ବେଳେ ଏଠାରେ ସହରାଞ୍ଚଳ ଭଳି ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ପହଞ୍ଚିବା

ଆରମ୍ଭ ହୋଇଛି । ପ୍ରତ୍ୟେକ ଗ୍ରାମରେ ବିକାଶର ଧାରାକୁ ସୁଦୃଢ଼ କରି ଜନସାଧାରଣଙ୍କ ଜୀବନଶୈଳୀରେ

ସକାରାତ୍ମକ ପରିବର୍ତ୍ତନ ଆଣିବା ହିଁ ଆମର ମୂଳ ଲକ୍ଷ୍ୟ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ଜନସାଧାରଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବା ତଥା ଲୋକଙ୍କ ଆବଶ୍ୟକତା ଓ ଅପେକ୍ଷା ଅନୁସାରେ

ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ଶେଷ କରିବା

‘ଡବଲ୍ ଇଞ୍ଜିନ’ ସରକାରର ସର୍ବୋଚ୍ଚ ପ୍ରାଥମିକତାରେ ରହିଛି । ମହାପ୍ରଭୁ

ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ବିକାଶର ଏହି ନିରନ୍ତର ପ୍ରୟାସ ନିଶ୍ଚିତ ଭାବେ ଆମର ବିକଶିତ

ଅଞ୍ଚଳର ମାର୍ଗକୁ ପ୍ରଶସ୍ତ କରିବ । ଲୋକମାନଙ୍କର ସ୍ନେହ, ଶ୍ରଦ୍ଧା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande