
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ପ୍ରତାପ ଜେନାଙ୍କୁ କାଉଣ୍ଟର କଲା ବିଜେପି । ପ୍ରତାପ
ଜେନା କେମିତି ସରକାରୀ କ୍ୱାର୍ଟର ରେ ରହିଲେ? ସେ ତ ଏବେ କିଛି ନାହାଁନ୍ତି। କଣ ପାଇଁ ସରକାରୀ କ୍ୱାର୍ଟର ମାଡି ବସିଛନ୍ତି ତାର
ତଦନ୍ତ ହେବା ଆବଶ୍ୟକ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଦାବି କରିଛନ୍ତି । ବହୁ ଲୋକ
ସରକାରୀ କ୍ୱାର୍ଟର ମାଡି ବେଆଇନ୍ ଭାବେ ବସିଥିଲେ ।
ସେମାନେ ବିଦା ହୋଇଛନ୍ତି।
ବିଜୁ ଜନତା ଦଳ ପତ୍ର ଝଡ଼ା
ଦେଉଛି। ବିଜେଡିର ଅନ୍ତଃକନ୍ଦଳ ରହିଛି। ଯାହାର ପ୍ରତିଫଳନ ଗତ କାଲି ଦେଖିବାକୁ ମିଳିଲା। ଯଦୁ
ବଂଶ ଭଳି ବିଜେଡ଼ି ଧ୍ଵଂସ ହେବ ବୋଲି ମନୋଜ ମହାପାତ୍ର କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା