
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବିଶ୍ୱ କବିତା
ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ସାରସ୍ୱତ ପରମ୍ପରାରେ କବିତା ସର୍ବଦା
ସମାଜର ପ୍ରାଣସ୍ପନ୍ଦନ ହୋଇରହିଛି। କେତେବେଳେ ଭକ୍ତିର ଭାବ ତ ଆଉ କେତେବେଳେ କ୍ରାନ୍ତିର ସ୍ୱରରେ
ଓଡ଼ିଆ କବିତା ଆମ ସଂସ୍କୃତି ଓ ଜାତୀୟତାକୁ ସମୃଦ୍ଧ କରିଆସିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ବିଶ୍ୱ କବିତା ଦିବସ ଅବସରରେ ସମସ୍ତ କବିତାପ୍ରାଣମାନଙ୍କୁ ମୋର ଆନ୍ତରିକ ଶୁଭକାମନା।
ଆସନ୍ତୁ, ଆମର ଏହି ଗୌରବମୟ ପରମ୍ପରାକୁ ଆହୁରି ଗତିଶୀଳ କରିବା ସହ ସାହିତ୍ୟ
ମାଧ୍ୟମରେ ଏକ ସୁସ୍ଥ ଓ ବୌଦ୍ଧିକ ସମାଜ ଗଠନରେ ସହଭାଗୀ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା