ଫିଟନେସ ପାଇଁ ଯୋଗ ଆନ୍ଦୋଳନ ଜରୁରୀ : ମନ୍ତ୍ରୀ ସୂର୍ଯ୍ୟବଂଶୀ
ପୁରୀ, ୨୧ ମାର୍ଚ୍ଚ (ହି.ସ.)- ପ୍ରତ୍ୟେକଙ୍କ ପାଇଁ ଫିଟନେସ ରହିବା ଲାଗି ଯୋଗକୁ ଏକ ଆନ୍ଦୋଳନରେ ପରିଣତ କରିବା ଜରୁରୀ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆଜି ପୂର୍ବାହ୍ନରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମିର
ଫିଟନେସ ପାଇଁ ଯୋଗ ଆନ୍ଦୋଳନ ଜରୁରୀ:ମନ୍ତ୍ରୀ ସୂର୍ଯ୍ୟବଂଶୀ।


ପୁରୀ, ୨୧ ମାର୍ଚ୍ଚ (ହି.ସ.)- ପ୍ରତ୍ୟେକଙ୍କ ପାଇଁ ଫିଟନେସ ରହିବା ଲାଗି ଯୋଗକୁ ଏକ ଆନ୍ଦୋଳନରେ ପରିଣତ କରିବା ଜରୁରୀ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆଜି ପୂର୍ବାହ୍ନରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମିରେ ଭାରତୀୟ କ୍ରୀଡା ପ୍ରାଧିକରଣ, ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ତିନି ଦିନିଆ ଫିଟ ଇଣ୍ଡିଆ କାର୍ନିଭାଲ ଉଦଘାଟିତ ହୋଇଥିଲା। ଏହାକୁ ଉଦଘାଟନ କରି ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସୂରଜ ଦେଶର ଶତକଡା ୬୫ ଭାଗ ଯୁବ ବର୍ଗ ଅଟନ୍ତି। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟକୁ ପୂରଣ ପାଇଁ ଆମେ ବୟସ ନିର୍ବିଶେଷରେ ସମସ୍ତେ ସୁସ୍ଥ ଓ ଫିଟ୍ ରହିବା ଜରୁରୀ ବୋଲି କହିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଫିଟନେସ କା ଡୋଜ ଅଧାଘଣ୍ଟା ରୋଜ କୁ ଆମେ ମାନିବା ଓ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଅନ୍ତତଃ ଅଧାଘଣ୍ଟା ସମୟ ଦେବା। ବର୍ତ୍ତମାନ ସମୟରେ ସମାଜରେ ବୃଦ୍ଧି ପାଉଥିବା ମାନସିକ ଅବସାଦ, ଟେନସନ, ପାନିକ, ଏନଜାଇଟ କୁ ପ୍ରତିହତ କରିବାର ଏହା ଏକ ସହଜ ଉପାୟ। ଏହି କାରନିଭାଲ ଏକ ନୂତନ ଦିଗ ଓ ମାର୍ଗଦର୍ଶନ କରାଇବ ବୋଲି କହିଥିଲେ।

ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ସ୍ବାସ୍ଥ୍ୟ ସଚେତନ ହେବା ଓ ସୁସ୍ଥ ରହିବାର ମନ୍ତ୍ର ଏହି ଫିଟ ଇଣ୍ଡିଆ କାର୍ନିଭାଲର ମୁଖ୍ୟ ଉଦ୍ଦେଶ୍ୟ। ବିକଶିତ ଭାରତର ସ୍ବପ୍ନ ଫିଟ ଇଣ୍ଡିଆ ସହ ଜଡ଼ିତ। ପ୍ରଧାନମନ୍ତ୍ରୀ ଏହି ଯୋଗ ଓ ଶୃଙ୍ଖଳିତ ଜୀବନ ଚର୍ଯ୍ୟା ଦ୍ଵାରା ସୁସ୍ଥ ରହିଛନ୍ତି ବୋଲି କହିବା ସହ ସମସ୍ତେ ଫିଟ୍ ରହିବା ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଅତିଥି ମାନେ ଅଲମ୍ପିଆନ ଆଥଲେଟ ଅନୁରାଧା ବିଶ୍ବାଳ ଓ ଅର୍ଜୁନ ପୁରସ୍କାର ବିଜେତା କେ. ରବି କୁମରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଭାରତୀୟ କ୍ରୀଡା ପ୍ରାଧିକରଣର ଆଞ୍ଚଳିକ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସାଇର ସହକାରୀ ନିର୍ଦ୍ଦେଶକ କରଣ ସଦୱ୍ବାନୀ, ଉପ ନିର୍ଦ୍ଦେଶକ ତୈଲୋକ୍ୟ ନାଥ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପ୍ରାତଃରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande