କୁଚକ୍ରୀ ଗୋଷ୍ଠି ଦଳକୁ ପଥଭ୍ରଷ୍ଟ କରୁଛନ୍ତି - ଗୌରହରି ପ୍ରଧାନ
ପୁରୀ, ୨୧ ମାର୍ଚ୍ଚ (ହି.ସ.)- ପୁରୀର ପୂର୍ବତନ ନଗରପାଳ ଗୌରହରି ପ୍ରଧାନଙ୍କୁ ଗତକାଲି ରାତିରେ ବିନା ସୋକଜ ନୋଟିସରେ ବିଜେଡି ଦଳରୁ ସସ୍ପେଣ୍ଡ କରାଯାଇଛି | ଶନିବାର ଅପରାହ୍ନରେ ବଡଦାଣ୍ଡ ନାୟକପ୍ଲାଜା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ତାଙ୍କୁ ଅନ୍ୟାୟ ଭାବେ ବହିଷ୍କ
କୁଚକ୍ରୀ ଗୋଷ୍ଠି ଦଳ କୁ ପଥଭ୍ରଷ୍ଟ କରୁଛନ୍ତି -ଗୌରହରି ପ୍ରଧାନ


ପୁରୀ, ୨୧ ମାର୍ଚ୍ଚ (ହି.ସ.)- ପୁରୀର ପୂର୍ବତନ ନଗରପାଳ ଗୌରହରି ପ୍ରଧାନଙ୍କୁ ଗତକାଲି ରାତିରେ ବିନା ସୋକଜ ନୋଟିସରେ ବିଜେଡି ଦଳରୁ ସସ୍ପେଣ୍ଡ କରାଯାଇଛି | ଶନିବାର ଅପରାହ୍ନରେ ବଡଦାଣ୍ଡ ନାୟକପ୍ଲାଜା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ତାଙ୍କୁ ଅନ୍ୟାୟ ଭାବେ ବହିଷ୍କୃତ କରିଛନ୍ତି | ସେ ବିଜୁ ଲିଗାସୀ ବ୍ୟକ୍ତି | ଦଳବିରୋଧୀ ଓ କ୍ରସ ଭୋଟିଙ୍ଗରେ କେତେକ ବିଧାୟକଙ୍କୁ ସସ୍ପେଣ୍ଡ କରି ନଥିବା ବେଳେ ତାଙ୍କୁ କାହିଁକି ଦଳରୁ ବହିଷ୍କୃତ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନତା ପାର୍ଟି, ବିଜୁ ଜନତା ଦଳରେ ରହି ଆସିଥିଲେ | ସେ ସ୍ୱାଧୀନ ଭାବେ ନଗରପାଳ ଓ ତାଙ୍କ ଧର୍ମପତ୍ନୀ ପୌର ସଦସ୍ୟା ହୋଇଥିଲେ | ବିଜୁବାବୁଙ୍କ ମାନସ ପୁତ୍ର ଦିଲ୍ଲିପ ରାୟଙ୍କୁ ରାଜ୍ୟସଭାକୁ ପଠାଇଲେ ଭଲ ହେବ ବୋଲି ସେ ପ୍ରେସ ମିଟ କରିଥିଲେ | ସେ ବିଧାୟକ କି ସାଂସଦ ନୁହଁନ୍ତି, ଜଣେ ବିଜୁପ୍ରେମୀ ବ୍ୟକ୍ତି | ବିଜେଡି ଆରମ୍ଭ ସମୟରୁ ରହି ଆସିଛୁ | ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନେକ ସହଯୋଗ କରିଛି | ଦଳ ମୋ ଭଳି ବିଜୁ ଲିଗାସୀ ବ୍ୟକ୍ତିଙ୍କୁ ଚିହ୍ନି ପାରିଲା ନାହିଁ | ଦଳର ଅବସ୍ଥା ଏବେ ଭାରି ଖରାପ ସ୍ଥିତିରେ ଅଛି | କିଛି ଝାଞ୍ଜ ବାଡିଆ ତୋଷାମଦକାରିଙ୍କ ଯୋଗୁଁ ଦଳ ବିଜୁବାବୁଙ୍କ ଚିନ୍ତାଧାରାରୁ ଦୂରେଇ ଯାଉଛି | ବ୍ରଜ ତ୍ରିପାଠୀ, ଦିଲ୍ଲିପ ରାୟ, ଶଙ୍କର ପରିଡାଙ୍କ ଭଳି ନେତାଙ୍କୁ ବିଜେଡିକୁ ଫେରାଇ ଆଣିବା ପାଇଁ ସେତେବେଳେ ସେ କହିଥିଲେ, କେହି ଶୁଣିଲେ ନାହିଁ | ମୋତେ ସସ୍ପେଣ୍ଡ କରି ଦଳ ମସ୍ତବଡ ଭୁଲ୍ କରିଛି | ଆଗକୁ ମୋ ରଣନୀତି, ଚକ୍ରବିହ୍ଵ ମୁଁ ତିଆରି କରିବି ବୋଲି କହିଥିଲେ |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande