
ଧର୍ମଶାଳା,୨୧ ମାର୍ଚ୍ଚ(ହି.ସ.) – ଆନନ୍ଦ ଉଲ୍ଲାସର ପାଳିତ ହୋଇଛି ସଂଖ୍ୟାଲଘୁ ଭାଇମାନଙ୍କର ଇଦୁଲଫିତର। ଏକ ମାସ ଓଷା ରଖିବା ପରେ ଆଜି ପାଳିତ ହୋଇଛି ଇଦ୍। ଏନେଇ ଯାଜପୁର ଜିଲାରେ ସଂଖ୍ୟାଲଘୁଭାଇମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଭାଇଚାରାରେ ପାଳିତ ହୋଇଯାଇଛି ଇଦ୍। ସକାଳ ସମୟରେ ଧର୍ମଗୁରୁ ଅବଦୁଲ ବାରି ସାହେବଙ୍କ ତତ୍ୱଧାନରେ ଇଦଗାହ ପଡିଆଠାରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଅଂଚଳର ହଜାରହଜାର ସଂଖ୍ୟାଲଘୁ ଭାଇମାନେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ। ପରେ ବ୍ରହ୍ମବରଦାର ଯୁବନେତା ରାକେଶ ଦେଓ, ୩୬ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ସାନ୍ତନୁ କୁମାର ଓଝାଙ୍କ ସମେତ ଅଂଚଳର ବହୁ ହିନ୍ଦୁଭାଇମାନେ ଇଦଗାହ ପଡିଆରେ ସାମିଲ ହୋଇ ସଂଖ୍ୟାଲଘୁ ଭାଇମାନଙ୍କୁ ଇଦ ମୁବାରକ ଜଣାଇଥିଲେ। ପରସ୍ପରକୁ ଆଲିଙ୍ଗନ କରି ଭବିଷ୍ୟତରେ ଏଭଳି ଭାଇଚାରା ବଜାୟ ରହିବାକୁ ଭାଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ନିମନ୍ତେ ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ