ଶାନ୍ତି ଶୃଙ୍ଖଳାର ସହ କେନ୍ଦ୍ରାପଡାରେ ଇଦୁଲ ଫିତର ପାଳିତ
କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- ଶାନ୍ତି ଶୃଙ୍ଖଳାର ସହ କେନ୍ଦ୍ରାପଡାରେ ଇଦୁଲ ଫିତର ପର୍ବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୁସଲିମ ସଂପ୍ରଦାୟର ସବୁଠାରୁ ବଡ ପର୍ବ ଭାବେ ଜଣାଶୁଣା ପବିତ୍ର ଇଦୁଲ ଫିତର ସକାଳ ୮ଟାରୁ ଫକିରାବାଦ ମସଜିଦ ଠାରୁ ଆରମ୍ଭ ହୋଇ ଅହେଲେ ହଦିସ୍ ଇଦଘା ପଡିଆ, ପୁରୁଣା ଇଦ
ଶାନ୍ତି ଶୃଙ୍ଖଳାର ସହ କେନ୍ଦ୍ରାପଡାରେ ଇଦୁଲ ଫିତର ପାଳିତ


କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- ଶାନ୍ତି ଶୃଙ୍ଖଳାର ସହ କେନ୍ଦ୍ରାପଡାରେ ଇଦୁଲ ଫିତର ପର୍ବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୁସଲିମ ସଂପ୍ରଦାୟର ସବୁଠାରୁ ବଡ ପର୍ବ ଭାବେ ଜଣାଶୁଣା ପବିତ୍ର ଇଦୁଲ ଫିତର ସକାଳ ୮ଟାରୁ ଫକିରାବାଦ ମସଜିଦ ଠାରୁ ଆରମ୍ଭ ହୋଇ ଅହେଲେ ହଦିସ୍ ଇଦଘା ପଡିଆ, ପୁରୁଣା ଇଦଘା, ନୂଆ ଇଦଘା ସମେତ ବିଭିନ୍ନ ମସଜିଦରେ ସାମୁହିକ ନମାଜ ପାଠ କରାଯାଇଥିଲା । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମ୍ବେଦନଶୀଳ ଛକ ଓ ସ୍ଥାନ ମାନଙ୍କରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି ।

କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ସମାଜସେବୀ ରଂଜିତ ସାହୁ, ପୂର୍ବତନ କାଉନସିଲର ହିବଜୁବୁର ରହେମାନ, ହିରଣ୍ୟ ପଣ୍ଡା, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭୋଳ, ରାଜେଶ ପଣ୍ଡା, ସୈାମେନ୍ଦ୍ର ପୃଷ୍ଟିଙ୍କ ସମେତ ଉମେଶ ଚନ୍ଦ୍ର ନାୟକ, ସେକ ଚନ୍ଦନ, ସମ୍ବିତ ଶ୍ରୀଚନ୍ଦନ, ରଶ୍ମିତା ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମୁସଲିମ ସଂପ୍ରଦାୟ ଲୋକଙ୍କ ସହିତ କର ମର୍ଦ୍ଦନ କରି ଶୁଭେଚ୍ଛା ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande