
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଶିକ୍ଷକ ମାନଙ୍କ
ପାଇଁ ନୂଆ
ଯୁଗର ଆରମ୍ଭ । କନିଷ୍ଠ
ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଠାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍
ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକ ମାନଙ୍କ ଅନେକ୍
ଦିନର ଦାବି ଥିଲା ।
ଆମ ବିଭାଗ
ଓ ମୁଖ୍ୟମନ୍ତ୍ରୀ ଏହାକୁ ତର୍ଜ୍ଜମା
କରି ଏହି ନିଷ୍ପତ୍ତି
ଗ୍ରହଣ କରାଯାଇଛି । ଓଡିଶା
କନିଷ୍ଠ ଶିକ୍ଷକ ସଂଘ ର ୧୩ ହଜାରେରୁ ଅଧିକ ଶିକ୍ଷକ
ଏଣିକି ନିୟମିତ ଭାବେ ଚାକିରି
କରିବେ । ଆଗାମୀ ଦିନରେ
ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇବେ ସେମାନେ ମଧ୍ୟ
ନିୟମିତ ଭାବେ ଯୋଗ ଦେବେ । ଦୀର୍ଘ
ଦିନର କଳା ପ୍ରଥାରେ ପୂର୍ଣ୍ଣଚ୍ଛେଦ ପଡିଛି । ଚାକିରିରେ ଯୋଗ
ଦାନ ସମୟ ରୁ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ସମସ୍ତ ଶିକ୍ଷକ ସୁବିଧା ମଧ୍ୟ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା