ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ
ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ କେହି ଦୁର୍ବୃତ ଧମକ ଦେଇଛି। ମାର୍ଚ୍ଚ ୯ ତାରିଖରୁ ହତ୍ୟା ଧମକ ଆସିଥିବା ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା
dfas


ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ କେହି ଦୁର୍ବୃତ ଧମକ ଦେଇଛି। ମାର୍ଚ୍ଚ ୯ ତାରିଖରୁ ହତ୍ୟା ଧମକ ଆସିଥିବା ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ହତ୍ୟାଧମକକୁ ନେଇ ମୁଖ୍ୟମନ୍ତ୍ରୀ,ପୋଲିସ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାଯ୍ୟନୁଷ୍ଠାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା।ପୂର୍ବରୁ ମଧ୍ୟ ୨୦୨୫ରେ ଏଭଳି ଢଙ୍ଗରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande