ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣାକୁ ନବୀନଙ୍କ ନିନ୍ଦା
ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣାକୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦ୍ର କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ ।
Naveen Patnaik (File Photo)

ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣାକୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦ୍ର କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଗତକାଲି ରାତିରେ ହୋଇଥିବା ସଶସ୍ତ୍ର ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି।

ରାଜ୍ୟସଭା ନିର୍ବାଚନରେ ଯେଉଁମାନେ ଟଙ୍କା ବଳରେ ଗଣତନ୍ତ୍ରକୁ ଅପମାନିତ କଲେ, ସେମାନଙ୍କର ନିର୍ଦ୍ଦେଶରେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ହିଂସାକାଣ୍ଡ ଭିଆଇଲେ। ଏହା ଦୁଇଟି ଅଲଗା ଘଟଣା ନୁହେଁ ବରଂ କୁଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ।

ତୁରନ୍ତ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରାଯାଉ। ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତିକୁ ସଜାଡ଼ିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande