
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବିଶ୍ୱ ବନ
ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ନବୀନ କହିଛନ୍ତି ଯେ, ଜଙ୍ଗଲ ଆମ ପୃଥିବୀର ଜୀବନରେଖା—ଏହା ଜଳବାୟୁ, ମାଟି, ପାଣି ଏବଂ ଜୀବିକାର ରକ୍ଷକ। ବିଶ୍ୱ ବନ ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ମିଳି ଆମର ସୁବଜ
ଆବରଣ ଏବଂ ମ୍ୟାଙ୍ଗ୍ରୋଭ୍ ଆବରଣକୁ ବଢ଼ାଇବା ପାଇଁ ସଙ୍କଳ୍ପ ନେବା। ସାମୁହିକ ପ୍ରୟାସରେ ଆମେ ଏକ
ସହନଶୀଳ,
ସସ୍ଥାୟୀ ଏବଂ ସ୍ୱାସ୍ଥ୍ୟକର ଭବିଷ୍ୟତ ଗଢ଼ି ତୋଳିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା