
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଓଡ଼ିଆ ପକ୍ଷ
ପାଳନ ଅବସରରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆୟୋଜିତ ହେବ ରକ୍ତଦାନ ଶିବିର । ଏପ୍ରିଲ ୮ ତାରିଖରେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ
ଓ ମହାବିଦ୍ୟାଳୟରେ ଆୟୋଜିତ ହେବ ରକ୍ତଦାନ ଶିବିର । ଏନସିସି/ ଏନଏସଏସ/ୟୁଥ ରେଡ଼କ୍ରସ/ ରୋଭର୍ସ
ରେଞ୍ଜର୍ସ ତରଫରୁ ରକ୍ତଦାନ ଶିବିରର ଆୟୋଜନ କରାଯିବ ।
ଏନେଇ ସମସ୍ତ
ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଜାରି କରିଛି
ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଏପ୍ରିଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ
ପାଳନ ହେବ ଏବଂ ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ
କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏପ୍ରିଲ ୮ ତାରିଖ ରକ୍ତଦାନ ଶିବିରର ଆୟୋଜନ ହେବାକୁ ନେଇ
ନିଷ୍ପତ୍ତି ନିଆ ଯାଇଥିବାବେଳେ , ଯଦି
କୌଣସି ଶିକ୍ଷାନୁଷ୍ଠାନରେ ପରୀକ୍ଷା ବା ଅନ୍ୟକୌଣସି କାରଣରୁ ଏପ୍ରିଲ ୮ ତାରିଖ ଦିନ ରକ୍ତଦାନ
ଶିବିରର ଆୟୋଜନ ନ ହୋଇପାରେ, ତେବେ ଏହାକୁ ଓଡ଼ିଆ ପକ୍ଷ ପାଳନ ଅବସରରେ
ମଧ୍ୟରେ ରହିଥିବା ଯେକୌଣସି ଦିନ ମଧ୍ୟରେ କରାଯାଇ ଶିବିରର ବିବରଣୀ ଏଚଆଇଏମଏସ ପୋର୍ଟାଲରେ
ଅପଲୋଡ଼ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା