ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭର ମୃତ, କ୍ଷତିପୂରଣ ଦାବିରେ ପ୍ରତିବାଦ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭର ମୃତ। ଗତକାଲି ରାତିରେ କଲିକତା ମେଦିନପୁର ପାଖରେ ଘଟିଛି ଦୁର୍ଘଟଣା। ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ପ୍ରମୋଦ କୁମାର ମହାପାତ୍ର। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇନ
ଦୁର୍ଘଟଣାରେ ଓଏସ୍ଆରଟିସି     ଡ୍ରାଇଭର ମୃତ, କ୍ଷତିପୂରଣ ଦାବିରେ ପ୍ରତିବାଦ


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଦୁର୍ଘଟଣାରେ

ଓଏସ୍ଆରଟିସି ଡ୍ରାଇଭର ମୃତ। ଗତକାଲି ରାତିରେ କଲିକତା ମେଦିନପୁର ପାଖରେ ଘଟିଛି ଦୁର୍ଘଟଣା।

ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ପ୍ରମୋଦ କୁମାର ମହାପାତ୍ର। ଦୁର୍ଘଟଣା ପରେ

ତାଙ୍କୁ ଡାକ୍ତରଖାନା ନିଆଯାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଓଏସ୍ଆରଟିସି ଅଫିସ ଆଗରେ

ଶବ ରଖି ପ୍ରତିବାଦ କରୁଛନ୍ତି ପରିବାର ଲୋକ। କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରୀ ଦାବି

କରୁଛନ୍ତି ତାଙ୍କ ସ୍ତ୍ରୀ ଓ ଝିଅ। ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ। ପରିବାରର

ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ସେପଟେ ମୃତକ ପ୍ରମୋଦଙ୍କ ଭଣଜା ଅଭିଯୋଗ

କରିଛନ୍ତି ଯେ ଆକ୍ସିଡେଣ୍ଟ ପରେ ଓଏସ୍ଆରଟିସି ଅଫିସର ମାନେ

ପ୍ରମୋଦଙ୍କ ସହଯୋଗୀଙ୍କୁ ଗାଡ଼ି ନେଇ ଫେରି ଆସିବାକୁ ନିର୍ଦ୍ଦେଶ

ଦେଇଥିଲେ । ଯାହା ଅମାନବୀୟ । ଆକ୍ସିଡେଣ୍ଟ

ପରେ କମ ସେ କମ ତାଙ୍କୁ

ହସ୍ପିଟାଲରେ ଭର୍ତି ପାଇଁ

କାହିଁକି କୁହାଗଲା ନାହିଁ । ହୁଏତ ବଞ୍ଚି ଯାଇ ପାରିଥାନ୍ତେ । କିନ୍ତୁ ସେମାନେ

ଏହା କଲେ ନାହିଁ । ବରଂ

ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ରାସ୍ତାକଡରେ ଛାଡି

ଦେଇ ପଳେଇ ଆସିବାକୁ ନିର୍ଦ୍ଦେଶ ଦିଆଗଲା

। ଯାହା

ଲଜ୍ଜାଜନକ ବୋଲି ମୃତକଙ୍କ ସଂପର୍କୀୟ କହିଛନ୍ତି ।

ଅନ୍ୟପଟେ କ୍ଷତିପୂରଣ ଦାବିରେ

ଓଏସ୍ଆରଟିସି ଅଫିସ ଆଗରେ ପ୍ରତିବାଦ। ମୃତଦେହ ଅଫିସ ଆଗରେ ରଖି ଶତାଧିକ ଯୁବକ ଶବ ରଖି କରୁଛନ୍ତି ପ୍ରତିବାଦ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande