
ପୁରୀ, ୨୧ ମାର୍ଚ୍ଚ (ହି.ସ.)- ଆଗାମୀ ୨୦୨୭ ଜନଗଣନା ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ପୁରୀ ନିଳାଦ୍ରୀ ବିଚ ଠାରେ ଏକ ବାଲୁକାକଳା ପ୍ରଦର୍ଶିତ ହୋଇଥିଲା। ଚଳିତ ଜନଗଣନା ଭାରତର ପ୍ରଥମ ଡିଜିଟାଲ ଜନଗଣନା। ଏହାର ଉଦ୍ଦେଶ୍ୟ ଜନଗଣନାରୁ ଜନକଲ୍ୟାଣ। ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଚଳିତ ବର୍ଷ ଅପ୍ରେଲ ୧୬ ରୁ ମଇ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମସିହା ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ଜନଗଣନା ଅନୁଷ୍ଠିତ ହେବ ବୋଲି ଜନଗଣନା ଅଧିକାରୀ ଅବଗତ କରାଇଛନ୍ତି। ଏଥିରେ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ତଥା ଜନଗଣନାର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜନଗଣନାର ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂ, ସହକାରୀ ନିର୍ଦ୍ଦେଶକ ଲକ୍ଷଣ ମୁଖୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜନଗଣନାର ଜିଲ୍ଲା ଇନଚାର୍ଜ ବିଜୟ କୁମାର ସାହୁ, ଡେପୁଟି କଲେକ୍ଟର ଦିବ୍ୟା ଜ୍ୟୋତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ