କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ଉପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ- ଶାରଦା ଜେନା
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ଉତ୍ତର ସନ୍ତୋଷ ଜନକ ନୁହେଁ । ଶୃଙ୍ଖଳା କମିଟି ସେମାନଙ୍କ ଉତ୍ତରକୁ ତର୍ଜମା କରି ତାର ସାରାଅଂଶ ସଭାପତିଙ୍କ ଅନୁମୋଦନ ପାଇଁ ପଠାଇଛି । ଦଳର ନୀତି ନିୟମ ଓ ସମ୍ବିଧାନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ
କ୍ରସ ଭୋଟିଂ କରିଥିବା     ବିଧାୟକ ମାନଙ୍କ ଉପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ- ଶାରଦା ଜେନା


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ଉତ୍ତର ସନ୍ତୋଷ

ଜନକ ନୁହେଁ । ଶୃଙ୍ଖଳା କମିଟି ସେମାନଙ୍କ ଉତ୍ତରକୁ ତର୍ଜମା କରି ତାର ସାରାଅଂଶ ସଭାପତିଙ୍କ

ଅନୁମୋଦନ ପାଇଁ ପଠାଇଛି । ଦଳର ନୀତି ନିୟମ ଓ ସମ୍ବିଧାନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ

ନେବା କଥା ତାହା ନିଆଯିବ ବୋଲି କହିଛନ୍ତି ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ଶାରଦା ଜେନା । ସେ

କହିଛନ୍ତି ଯେ, ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ । ଆମ ଦଳ ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଏ ।

ସେହି ଶୃଙ୍ଖଳା ରକ୍ଷା କରିବା ପାଇଁ କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ଉପରେ ନିଶ୍ଚିତ

ଭାବେ କାର୍ଯ୍ୟାନୁଷ୍ଠାନ ହେବ । ଦଳର ସଭାପତି ସେ ନିଷ୍ପତ୍ତି ନେବେ । ଦଳ ଆକ୍ସନ ମୋଡ଼ ରେ ଅଛି

। ନବୀନ ବାବୁ ଆକ୍ସନ ମୁଡ ରେ ଅଛନ୍ତି । ଅନ୍ୟ ଯେଉଁମାନେ ଦଳରେ ବିଶୃଙ୍ଖଳିତ କାର୍ଯ୍ୟକ୍ରମ

କରୁଛନ୍ତି ସେମାନଙ୍କ ଉପରେ ନଜର ରଖା ଯାଇଛି । ସେମାନଙ୍କ ପାଇଁ ଚେତାବନୀ ସଦୃଶ ଆକ୍ସନ ଏହି

କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ଉପରେ ହେବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande