
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)ସରକାରଙ୍କ ଜିଦଖୋର ମାନସିକତା
ପାଇଁ ବିଧାନସଭା ଚାଲିପାରୁନି।୨୦୨୪ ମସିହରେ
ମୁଖ୍ୟମନ୍ତ୍ରୀ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ସରକାର ଘୋଷଣା କରିଥିଲେ। ଏସସିବି ଭଳି
ଘଟଣାରେ ସରକାର ଠୋସ ପଦକ୍ଷେପ ନେଉନାହାନ୍ତି। ସୁପରିଟେଣ୍ଡେଣ୍ଟଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର
କହି ବର୍ଷିଛନ୍ତି ବିଜେଡି ବିଧାୟକ ଶାରଦା ଜେନା। ନୀତି ଓ ନୈତିକତାକୁ ଅବଲମ୍ବନ କରୁନାହାନ୍ତି
ସରକାର ଯେଉଁଥିପାଇଁ ବିରୋଧୀ ଦଳ ଦାବି କରୁଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସୁପେରିଟେଣ୍ଡେଣ୍ଟ
ଉପରେ କାର୍ଯ୍ୟାନୁଷ୍ଠାନ । ଭଣ୍ଡାରୀ ମାରେ ନୀତିରେ ତଳିଆ କର୍ମଚାରୀଙ୍କ ଉପରେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ତଦନ୍ତ ଆଗଉନି କି କାର୍ଯ୍ୟାନୁଷ୍ଠାନ ହେଉନି। ବିଜେଡି ସରକାର
ସମୟରେ ଘଟିଥିବା ଘଟଣାରେ ମନ୍ତ୍ରୀ ଇସ୍ତଫା ଦେଇଥିଲେ କତୃପକ୍ଷଙ୍କ ଉପରେ ମଧ୍ୟ
କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଆମେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରୁଛୁ। କିନ୍ତୁ ସରକାର
ଜାଣିଶୁଣି ଏଭଳି କରୁଛନ୍ତି ଯେମିତି ବିଧାନସଭା ନ ଚାଲିପାରୁ ବୋଲି ବିଜେଡି ବିଧାୟକ ସାରଦା
ଜେନା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା