
ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶନିବାର ସଚିବ ସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିକ୍ଷ ବୈଠକରେବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ନିକଟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଗ୍ନି ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରି ସମସ୍ତ ସରକାରୀ ବିଭାଗୀୟ କୋଠାରେ ବିଦ୍ୟୁତ୍ ଓୟାରିଂ ତନଖି କରାଯିବା, ବୈଦ୍ୟୁତିକ ଉପକରଣ ନିୟମିତ ଯାଂଚ କରିବା, ଆବଶ୍ୟକ ଉନ୍ନତିକରଣ କାର୍ଯ୍ୟ ସହ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ôଥକ ବର୍ଷରେ ଅଦ୍ୟାବଧି ହୋଇଥିବା ଆର୍ôଥକ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଏହି ଆର୍ôଥକ ବର୍ଷରେ ବଜେଟ ଅନୁମୋଦନ ଅନୁସାରେ ଅଦ୍ୟାବଧି ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟପୂରଣ ସଂପର୍କିତ ଆଲୋଚନା କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ଓ ଶକ୍ତି ବିଭାଗ ସମେତ ସାମାଜିକ କ୍ଷେତ୍ର ସଂପର୍କିତ ବିଭିନ୍ନ ବିଭାଗରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ଅଧିକ ବୃଦ୍ଧି ଘଟିଛି । ବୈଠକରେ ବିଭିନ୍ନ କ୍ଷେତ୍ରରୁ ଅଦ୍ୟାବଧି ରାଜସ୍ୱ ଆଦାୟ ଲକ୍ଷ୍ୟ ପ୍ରାୟ ୭୮.୭୭ ପ୍ରତିଶତ ହୋଇଥିବା ଜଣାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ଅଗ୍ରଗତି ସହ ଓ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଭିତିଭୂମି ବିକାଶ କ୍ଷେତ୍ର ସଂପର୍କିତ ଅନ୍ୟ ବିଭାଗ ସମେତ ଅନ୍ୟ ବିଭାଗମାନଙ୍କରେ ଅଦ୍ୟାବଧି ଖର୍ଚ୍ଚ ସ୍ଥିତି ଉପସ୍ଥାପନ କରାଯାଇଥିଲା ।
ଆମେ ଜାଣିବା ଆମ ବଜେଟ କାର୍ଯ୍ୟକ୍ରମରେ ୨୦୨୬-୨୭ବଜେଟସମ୍ପର୍କରେ ବିଭିନ୍ନ ସ୍ତରରେ ଜନସାଧାରଣଙ୍କୁ ସୂଚନାପ୍ରଦାନ କରିବାକୁ ଆଲୋଚନା ହୋଇଛିକ୍ଷ ରାଜ୍ୟ ବଜେଟ୍ ଏବଂ କେନ୍ଦ୍ର ସରକାରଙ୍କ ଓଡ଼ିଶା ସମ୍ପର୍କିତ ବିକାଶମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟ ମୁଖ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା, ପୌରାଂଚଳ, ବ୍ଲକ ଓ ଗ୍ରାମ ସଭା ସ୍ତରରେ “ବଜେଟ୍ ସଭା” ଆୟୋଜନ କରାଯାଇ ଜନସାଧାରଣଙ୍କୁ ସୂଚନା ଦେବାକୁ ପଦକ୍ଷେପ ନିଆଯିବ । ଏହା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଦକ୍ଷ ଓ ସ୍ୱଚ୍ଛତାର ସହ କାର୍ଯ୍ୟାନ୍ୱୟନ ହୋଇପାରିବ ବୋଲି ଏ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଗାମୀ ଜୁନ୍ ମାସ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲିଥିବା ୬୫ ହଜାର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ତନ୍ମଧ୍ୟରୁ ୪୧,୦୬୩ଟି ପଦବୀ ପୂରଣ ହୋଇଛି ଏବଂ ଅବଶିଷ୍ଟ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ କାର୍ଯ୍ୟ ସଂପାଦନ ନେଇ ଦେଇଥିବା ପତ୍ରର କାର୍ଯ୍ୟ ଅନୁପାଳନ ବିବରଣୀ ପ୍ରଦାନ ସଂପର୍କରେ ସମୀକ୍ଷା କରାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ -ଅର୍ଥନୈତିକଅଂଚଳବିକାଶ (ବିସିପିପିଆର) ନେଇ ଲକ୍ଷ୍ୟ ଓ କାର୍ଯ୍ୟକାରିତା ପଦକ୍ଷେପ ସଂପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥାପନ କରିଥିଲେ ।
ଆଇ-ଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟରେ ୪ ଲକ୍ଷ ୧୬ ହଜାର ୧୩୮ କର୍ମଚାରୀଙ୍କ ମଧ୍ୟରୁ ଅଦ୍ୟାବଧି ୯୩ ପ୍ରତିଶତ ଏହି ପ୍ରଶିକ୍ଷଣ ବ୍ୟବସ୍ଥା ସହିତ ଯୋଡି (ଅନବୋର୍ଡିଂ) ହୋଇଛନ୍ତି । ପ୍ରାୟ ୨ ଲକ୍ଷ କର୍ମଚାରୀ ସକ୍ରିୟ ବ୍ୟବହାରକାରୀ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ବଢାଇବାକୁ ବିଭାଗମାନଙ୍କୁ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା