ପୁରୀରେ 'ଉତ୍ସାହର ଉତ୍ସବ' ଅନୁଷ୍ଠିତ : ୪୦ ଜଣ ମହିଳା ଉଦ୍ୟୋଗୀ ସମ୍ମାନିତ
ପୁରୀ, ୨୨ ମାର୍ଚ୍ଚ (ହି.ସ.)- ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପମେଣ୍ଟ ( ସିଆଇ ଆର ଟି ଡି ) ଏବଂ ''ଅନ୍ନଦା'' ପୁରୀ ର ମିଳିତ ଆନୁକୂଲ୍ୟରେ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର ସଭାଗୃହରେ ରବିବାର ପୂର୍ବାହ୍ନରେ ''ଉତ୍ସାହର ଉତ୍ସବ'' ଅନୁଷ୍ଠିତ
ପୁରୀରେ 'ଉତ୍ସାହ ର ଉତ୍ସବ' ଅନୁଷ୍ଠିତ: ୪୦ ଜଣ ମହିଳା ଉଦ୍ୟୋଗୀ ସମ୍ମାନିତ


ପୁରୀ, ୨୨ ମାର୍ଚ୍ଚ (ହି.ସ.)- ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପମେଣ୍ଟ ( ସିଆଇ ଆର ଟି ଡି ) ଏବଂ 'ଅନ୍ନଦା' ପୁରୀ ର ମିଳିତ ଆନୁକୂଲ୍ୟରେ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର ସଭାଗୃହରେ ରବିବାର ପୂର୍ବାହ୍ନରେ 'ଉତ୍ସାହର ଉତ୍ସବ' ଅନୁଷ୍ଠିତ ଜୋଇଯାଇଛି | ରମିତ୍ ଫାଉଣ୍ଡେସନର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୃଷି, କଳା ଏବଂ ସ୍ଥାନୀୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୪୦ ଜଣ ସାହସୀ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର 'ପ୍ୟାଡ୍ ଓମ୍ୟାନ୍' ତଥା ଆଦିବାସୀ ଭିଜନ ର ପ୍ରତିଷ୍ଠାତା ସୁଶ୍ରୀ ଅନୁଶ୍ରୀ ଦାସ ଯୋଗ ଦେଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଅତିଥି ଭାବେ ଆଇନଜୀବୀ ପ୍ରଧାନ ଧୀରେନ ରାୟ ଯୋଗଦେଇ ମହିଳା ଉଦ୍ୟୋଗୀ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ | ସମ୍ମାନିତ ଅତିଥି ଭାବରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଅନୁପମା, ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଙ୍ଘ ର ଜିଲ୍ଲା ସଭାପତି ବିଜୟ ମିଶ୍ର, ଟାଟା ଷ୍ଟ୍ରାଇଭ ର ଶଶ୍ମିତା ମହାପାତ୍ର, ଦୂରଦର୍ଶନ ସମ୍ବାଦ ପାଠିକା ସୁଦେସ୍ନା, ପୁରୀ ବେଲଦଳ ସରପଞ୍ଚ ବିପିନ ଦାସ, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ, ମିଲେଟ୍ ମିଶନ ର ଶବନମ୍, ୱିପ୍ରୋ ର ଅନୁରାଧା, ଫ୍ୟାଶନ ଡିଜାଇନର ଉଷାରାଣୀ, ଡାକ୍ତର ଶ୍ରଦ୍ଧା ମା ଇକ୍ରୋସର୍ଜନ ଓ କଳାକାର ଡାକ୍ତର ଶ୍ରଦ୍ଧା, ସମାଜସେବୀ ରାଜଲକ୍ଷ୍ମୀ ଦାସ, ସୋଆ ୟୁନିଭରସିଟି ର ଶିକ୍ଷାବିତ କାଜଲ କିରଣ ପଣ୍ଡା ପ୍ରମୁଖ ଯୋଗଦେଇ ମହିଳା ଉଦ୍ୟୋଗୀ କିପରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ | ସମସ୍ତ କାର୍ଯ୍ୟକ୍ରମକୁ ସି ଆଇ ଆର ଟି ଡି ର ସଭାପତି ରୁଚିମିତ୍ରା ଜଗଦେବ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ଲୋକଲୋଚନକୁ ଅଣାଯାଇଥିଲା । ଏହି ଅବସରରେ ଏକ ପ୍ୟାନେଲ୍ ଆଲୋଚନାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଅଂଶଗ୍ରହଣ କରିଥିଲେ | ସାମାଜିକ ପରିବର୍ତ୍ତନ ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ | ଶଶ୍ମିତା ମହାପାତ୍ର – ତୃଣମୂଳ ସ୍ତରର ନେତୃତ୍ୱ ଓ ଜଳବାୟୁ, ସୁଦେଶ୍ନା – ସାମାଜିକ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ | ବେଲାଦଳ ସରପଞ୍ଚ – ସରକାରୀ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ, ଆଶୁତୋଷ ପଟ୍ଟନାୟକ – କଳା ଓ ସଂସ୍କୃତି,ଶବନମ୍ – ମାଣ୍ଡିଆ ଓ ବିହନ ବିପ୍ଳବ, ଅନୁରାଧା (ୱିପ୍ରୋ) – କର୍ପୋରେଟ୍ ନୈତିକତା ଓ ଅଧିକାର,ଉଷାରାଣୀ (ଫ୍ୟାଶନ ଡିଜାଇନର୍) – ବୁଣାକାର ଶିଳ୍ପ ଓ ନୂତନ ପିଢ଼ି, ଡାକ୍ତର ଶ୍ରଦ୍ଧା (ମାଇକ୍ରୋସର୍ଜନ ଓ କଳାକାର) – ଚିକିତ୍ସା ଓ କଳାର ସମନ୍ୱୟ, ରାଜଲକ୍ଷ୍ମୀ ଦାସ (ସମାଜସେବୀ) – ଶିଶୁ ଅଧିକାର ଓ ସାମାଜିକ ପ୍ରଭାବ ଓ କାଜଲ କିରଣ ପଣ୍ଡା (ଶିକ୍ଷାବିତ୍) – ଶିକ୍ଷା ଓ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମର ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରୁଟ୍ସ ଟୁ ରାଇଜ୍' ଫୋର୍ଡ଼କାଷ୍ଟ ର ଶୁଭାରମ୍ଭ ହୋଇଥିଲା | ଗ୍ରାମାଞ୍ଚଳର ପ୍ରେରଣାଦାୟୀ କାହାଣୀ ପ୍ରଚାର ପାଇଁ ଏହି ନୂତନ ପଦକ୍ଷେପ ବେଶ ଫଳପ୍ରଦ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ । ମହିଳା ଉଦ୍ୟୋଗୀମାନେ ନିଜର ସଫଳତା ସମ୍ପର୍କରେ ଅନୁଭୂତି କହିଥିଲେ ।

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ସି ଆଇ ଆର ଟି ଡି ପକ୍ଷରୁ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande