
ପୁରୀ, ୨୨ ମାର୍ଚ୍ଚ (ହି.ସ.)- ଅପରେସନ ଚକ୍ର ଅଭିଯାନରେ ପୁଣି ୪ ଜଣ ପେଷାଦାର ବ୍ରାଉନସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଲୁଚି ଛପି କୁସୁନୁ ଖୁଣ୍ଟିଆ ଜାଗାପାଖରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ବ୍ରାଉନସୁଗାର ବିକିବା ପାଇଁ ତିନି ଜଣ ସ୍ଥାନୀୟ ବେପାରୀଙ୍କ ସହ ମୁଲଚାଲ କରୁଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢଉ କରି ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ସେମାନଙ୍କଠାରୁ ୧୫.୫୦ ଗ୍ରାମ୍ ବ୍ରାଉନସୁଗାର , ୪ ଗୋଟି ମୋବାଇଲ ଫୋନ୍, ୩୮୦୦/- ଟଙ୍କା, ଗୋଟିଏ କେ.ଟି.ଏମ. ବାଇକ୍ ଏବଂ ଗୋଟିଏ ସ୍କୁଟି ଜବତ କରିଛି । ରବିବାର ସେମାନଙ୍କୁ ଜିଲ୍ଲା ଜଜ୍, ପୁରୀଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମଧ୍ୟ ବ୍ରାଉନସୁଗାର କେସ ସମେତ ଦାଦାବଟି, ଚୋରି, ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। ଏ ସମ୍ପର୍କରେ ଟାଉନ ଥାନା କେସ ନମ୍ବର- ୧୯୨/୨୦୨୬, ଦଫା-୨୧(ଖ)/୨୯ ଏନ୍. ଡି. ପି.ଏସ. ଆକ୍ଟ ରେ ମାମଲା ରୁଜୁ ହୋଇଛି |
ଅପରାଧୀଙ୍କ ନାମ (୧ )ଲିପୁ ଓରଫ ଜ୍ୟୋତି ରଞ୍ଜନ ଶତପଥୀ (୩୧), ପି- ଦେବରାଜ ଶତପଥୀ, ମାଟିମଣ୍ଡପ ସାହୀ, ପୁରୀ, ଗୁଡୁ ଓରଫ ରାକେଶ ସାହୁ (୨୫), ପି-ବିଦ୍ୟାଧର ସାହୁ, ମିଶ୍ରସାହି, ମାର୍କଣ୍ଡେଶ୍ୱର ସାହି, ପୁରୀ, ବିଭୁ ଓରଫ ବିଶ୍ଵଜିତ ନାୟକ (୨୩), ପି- ଧୀର ନାୟକ, ମଶାଣଚଣ୍ଡି ଛକ, ପୁରୀ, ହିମାଂଶୁ ଶେଖର ନାୟକ (୨୦), ପି- ରାଜେନ୍ଦ୍ର ନାୟକ, ଚମାଖଣ୍ଡି, ଗଞ୍ଜାମ | ଜବତ ସାମଗ୍ରୀ ମଧ୍ୟରେ ରହିଛି ବ୍ରାଉନସୁଗାର- ୧୫.୫୦ ଗ୍ରାମ୍, ମୋବାଇଲ୍ ଫୋନ୍ - ୪ଟା, ବେଆଇନ୍ ଟଙ୍କା -୩୮୦୦/-, ଜୁପିଟର ସ୍କୁଟି : ଓଡି-୧୩ ୱାଏଇ ୩୭୨୮ ଓ କେ.ଟି.ଏମ୍. ବାଇକ୍: ଓ ଡି-0୨ଡି ଏମ -୫୭୭0 |
ହିନ୍ଦୁସ୍ଥାନ ସମାଚାର / ବିଜୟ