‘ଆମେ କେନ୍ଦୁଝରିଆ’ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳିତ
କେନ୍ଦୁଝର ଫୁଲ ବଡି ଜିଆଇ ଟ୍ୟାଗ ପାଈଁ ଉଠିଲା ଦାବୀ ଭୁବନେଶ୍ବର 22 ମାର୍ଚ୍ଚ (ହି.ସ.) : ଆଜି ‘ଆମେ କେନ୍ଦୁଝରିଆ‘ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ସ୍ଥାନିୟ ସ୍ଥାନୀୟ ୭ ମାଇଲ୍ସ ହୋଟେଲଠାରେ ଆମେ କେନ୍ଦୁଝରିଆ ଅନୁଷ୍ଠାନର ଏହା ଥିଲା ପ୍ରଥମ ବୈଠକ । ବୈଠକରେ କେନ୍ଦୁଝରର ବି
ଆମେ କେନ୍ଦୁଝରିଆ ବୈଠକ ୨


କେନ୍ଦୁଝର ଫୁଲ ବଡି ଜିଆଇ ଟ୍ୟାଗ ପାଈଁ ଉଠିଲା ଦାବୀ

ଭୁବନେଶ୍ବର 22 ମାର୍ଚ୍ଚ (ହି.ସ.) : ଆଜି ‘ଆମେ କେନ୍ଦୁଝରିଆ‘ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ସ୍ଥାନିୟ ସ୍ଥାନୀୟ ୭ ମାଇଲ୍ସ ହୋଟେଲଠାରେ ଆମେ କେନ୍ଦୁଝରିଆ ଅନୁଷ୍ଠାନର ଏହା ଥିଲା ପ୍ରଥମ ବୈଠକ । ବୈଠକରେ କେନ୍ଦୁଝରର ବିଭିନ୍ନ ବିକାଶ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି କେନ୍ଦୁଝରର ପାରମ୍ପରିକ ଫୁଲ ବଢି’କୁ ଜିଆଇ ଟ୍ୟାଗ ଉପରେ ବୈଠକରେ ଦାବି ଉପସ୍ଥାପନ ହୋଇଥିଲା । ଉପସ୍ଥିତ ଥିବା ସଦସ୍ୟଗଣ ଏହାକୁ ସମର୍ଥନ କରିଥିଲେ । ଏହାପରେ କେନ୍ଦୁଝରରେ ବିଭିନ୍ନ ଦର୍ଶନୀୟ ସ୍ଥାନକୁ କିଭଳି ପ୍ରଚାର ପ୍ରସାର କରାଯାଇପାରିବ ଏହା ଉପରେ ବିଶେଷ ଆଲୋଚନା ହୋଇଥିଲା । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ କେନ୍ଦୁଝରର ସଂସ୍କୃତି ଓ ପରମ୍ପରାକୁ କିଭଳି ଭାବେ ଅଧିକରୁ ଅଧିକ ଜାଣିବେ ଏହା ଉପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ଆଲୋଚନା ହୋଇଥିଲା । ପ୍ରଥମ କରି ହୋଇଥିବା ଏହି ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନେ ସମସ୍ତେ ନିଜ ନିଜର ମତ ପୋଷଣ କରିଥିଲେ ।

ଏହି ଅବସରରେ ‘ଆମେ କେନ୍ଦୁଝରିଆ’ ପକ୍ଷରୁ ପଖାଳ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଯେପରିକି ଦହି ପଖାଳ, ଫୁଲ ବଢି,

ବଡ଼ି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ମାଛ ଭଜା ଭଳି ସବୁ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ୭ ମାଇଲ୍ସ ହୋଟେଲ ପକ୍ଷରୁ ଏହି ସବୁ ଖାଦ୍ୟ ପ୍ରସ୍ତୁତର ବ୍ୟବସ୍ଥା କରାଯାଇଥିଲା ବେଳେ ‘ଆମେ କେନ୍ଦୁଝରିଆ‘ ଅନୁଷ୍ଠାନର ସଦସ୍ୟମାନେ କହିଥିଲେ ଯେ, ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀରେ ରହୁଥିବା କେନ୍ଦୁଝରିଆଙ୍କ ମଧ୍ୟରେ ଏକତା ଆଣିପାରିବା ଏବଂ ଜିଲ୍ଲାର ବିଭିନ୍ନ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପିତ ହୋଇପାରିବ ।

ଏହି ଅବସରରେ ତେଲକୋଇ ବିଧାୟକ ଡ଼ ଫକିର ଚରଣ ନାୟକ, ପୁଷ୍ପାଞ୍ଜଳି ପ୍ରଧାନ, ଗିରିଶ ଚନ୍ଦ୍ର ମହାନ୍ତ, ଡ଼ ସମନ୍ୱୟ ନନ୍ଦ, ସରୋଜ ବେହେରା, ଅନୁଜ ଦାସ, ଗୁରୁପଦ ନାଥ, ସନ୍ତୋଷ ମହାପାତ୍ର, ନେପୋଲିୟନ ମହାନ୍ତ, ମନୋଜ ନାୟକ, ଅରୁଣ ନାୟକଙ୍କ ସହ ବୈଠକରେ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande