ଆଗାମୀ ଏପି୍ରଲ୍ ଦିଲ୍ଲୀ ରାଲି ସଫଳ ପାଇଁ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ବୈଠକରେ ଆହ୍ୱାନ
ଭୁବନେଶ୍ୱର , 22 ମାର୍ଚ୍ଚ (ହି.ସ.) ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଏଆଇଟିୟୁସି ସହବନ୍ଧିତ ଅଖିଳ ଭାରତ ଅଙ୍ଗନୱାଡି ୱାର୍କରସ୍ ଫେଡେରେସନ୍ ତରଫରୁ ଅଙ୍ଗନୱାଡି କର୍ମୀମାନଙ୍କ ଭତ୍ତାବୃଦ
ଆଗାମୀ ଏପି୍ରଲ୍ ଦିଲ୍ଲୀ ରାଲି ସଫଳ ପାଇଁ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ବୈଠକରେ ଆହ୍ୱାନ


ଭୁବନେଶ୍ୱର , 22 ମାର୍ଚ୍ଚ (ହି.ସ.)

ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଏଆଇଟିୟୁସି ସହବନ୍ଧିତ ଅଖିଳ ଭାରତ ଅଙ୍ଗନୱାଡି ୱାର୍କରସ୍ ଫେଡେରେସନ୍ ତରଫରୁ ଅଙ୍ଗନୱାଡି କର୍ମୀମାନଙ୍କ ଭତ୍ତାବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ଆଗାମୀ ଏପ୍ରିଲ୍ ୨୧,୨୨, ଓ ୨୩ ତିନିଦିନ ଧରି ପାର୍ଲାମେଣ୍ଟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭରେ ରାଜ୍ୟରୁ ଏକ ହଜାରରୁ ଊଦ୍ଧ୍ୱର୍ କର୍ମୀ ଓ ସହାୟିକା ଯୋଗଦେବାପାଇଁ ନିଷ୍ପତ୍ତି ହୋଇଛି । କେନ୍ଦ୍ରରେ ଏନ୍ଡିଏ ସରକାର ଗତ ୨୦୧୭ ମସିହାରେ ଭତ୍ତା ବୃଦ୍ଧି କରିଥିଲେ ମଧ୍ୟ ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ଭତ୍ତାବୃଦ୍ଧି କରାଯାଇନାହିଁ । ଅପରପକ୍ଷରେ ଦୈନନ୍ଦିନ କାର୍ଯ୍ୟଭାର ଲଦିଦେବା ସହ ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ପଙ୍ଗୁ କରିବା ପାଇଁ ଉଦ୍ୟମ କରାଯାଉଛି । ଭତ୍ତା ବୃଦ୍ଧି, ଜାୀତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା ବନ୍ଦ ହୋଇଥିବା ଇନ୍କ୍ରିମେଣ୍ଟ ପ୍ରଦାନ, ସର୍ବନିମ୍ନ ଭତ୍ତା ୨୬,୦୦୦ ଓ ପେନ୍ସନ୍ ଦାବିରେ ଦିଲ୍ଲୀ ରାଲିରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ନିଷ୍ପତ୍ତି ହୋଇଛି ।

ଅନୁରୂପ ଭାବେ ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର ଚାରୋଟି ପଞ୍ଚାୟତରେ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ଲାନ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ ଚାପ୍ଟର’କୁ ଦଶଟି ଅଙ୍ଗନୱାଡି କେନ୍ଦ୍ରକୁ ପାଇଲଟ ପ୍ରୋଜେକ୍ଟ ଭାବେ ଅଙ୍ଗନୱାଡି କର୍ମୀଙ୍କ ସହ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦନା ପାଇଁ ଦିଆଯାଇଥିବା ନିଦେ୍ର୍ଦଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ତତ୍ ସହିତ ଗତ ଡିସେମ୍ବର ମାସରେ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ ସମୟରେ ମିଳିଥିବା ପ୍ରତିଶ୍ରୁତି ଯଥା ଭତ୍ତାବୃଦ୍ଧି, ନିୟମାନୁସାରେ ପୋଷଣ ଓ ଅନ୍ୟାନ୍ୟ ଦେୟ ପ୍ରଦାନ, ନୂତନ ମୋବାଇଲ୍ ପ୍ରଦାନ, ପ୍ରଦତ୍ତ ମୋବାଇଲ୍ ରିଚାର୍ଜ ଦେୟର ସଂଶୋଧନ କରି ବଜାର ଦର ଅନୁସାରେ ଦେୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି ।

ଏହି ବୈଠକରେ ସାଧାରଣ ସମ୍ପାଦିକା ହରିପ୍ରୟା ସ୍ୱାଇଁ, ବିଭିନ୍ନ ସମସ୍ୟା ସମ୍ପର୍କରେ ରିପୋର୍ଟ ଉପସ୍ଥାପିତ କଲା ପରେ ବିଭିନ୍ନ ସଭ୍ୟ ଯଥା ସୌଦାମିନୀ ଦାସ, କମଳା ମୁର୍ମୁ, ଆରତୀ ଦାସ ମହାପାତ୍ର, ଏମ୍ ଗୀତା ଦେବୀ, ସୁଜାତା ନାଏକ, ମାନସୀ ପ୍ରଧାନ, ଉର୍ମିଳା ପାଇକରାୟ ମନୋଜ ପରିଡ଼ା, କିଶୋରୀ କେରକେଟା, ଶରତ ସାହୁ, ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନେ୍ଦାଳନ ସଫଳ ପାଇଁ ଆହ୍ୱାନ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande