ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳିତ
ନୂଆପଡ଼ା, ୨୨ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନୂଆପଡ଼ା ପଞ୍ଚାୟତ ସମିତି ସ୍ଥିତ ସଭାଗୃହରେ ବିଶ୍ୱ ଜଳ ଦିବସ ପାଳିତ ଓ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀ
Biswa Jala divas palita


ନୂଆପଡ଼ା, ୨୨ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନୂଆପଡ଼ା ପଞ୍ଚାୟତ ସମିତି ସ୍ଥିତ ସଭାଗୃହରେ ବିଶ୍ୱ ଜଳ ଦିବସ ପାଳିତ ଓ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ ଅଧିକାରୀ, ବଲାଙ୍ଗିର ବବିତା ସିଂ, ନୂଆପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରୋହିତ ଭୋଇ, ଗ୍ରାମ୍ୟ ଜଳ ଯୋଗାଣ ଓ ସ୍ୱଚ୍ଛତା ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବଢ଼େଇ, ସହକାରୀ ଯନ୍ତ୍ରୀ ଦୀପ୍ତିମୟୀ ଶତପଥୀ, ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରୋହିତ ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ସୌରଭ ରଞ୍ଜନ ପ୍ରଧାନ, ବନ ବିଭାଗର ଏ.ସି.ଏଫ୍. ପ୍ରସନ୍ନଜୀତ ନାୟକ, ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପରିଚାଳିକା ତପସ୍ୱିନୀ ପଣ୍ଡା, ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଜାତୀୟ ଜଳ ଦିବସର ମହତ୍ୱ ଓ ଜଳ ସଂରକ୍ଷଣର ଆବଶ୍ୟକତା ବିଷୟରେ ଚର୍ଚ୍ଚା କରିଥିଲେ । ସେ ମଧ୍ୟ ଜଳ ସଂରକ୍ଷଣ ପାଇଁ ଲିଙ୍ଗଗତ ଭେଦଭାବ ଭୁଲି ଉଭୟ ନାରୀ ଓ ପୁରୁଷ ଜଳ ସଞ୍ଚୟ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରୋହିତ ଅଗ୍ରୱାଲ ପାଣି ପଞ୍ଚାୟତର ଗଠନ ଏବଂ ଏହାଦ୍ଵାରା ହେଉଥିବା ଜଳ ସଂରକ୍ଷଣ ଓ ଜଳର ସଦୁପଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବବିତା ସିଂହ ଜଳ ପ୍ରଦୂଷଣ ଓ ଏହାର ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ପ୍ରଦୂଷଣ ନିୟନ୍ତ୍ରଣରେ ଜନସାଧାରଣଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ସମସ୍ତେ ସ୍ୱଚ୍ଛ ଓ ସବୁଜ ପରିବେଶ ରକ୍ଷା କରିବା ପାଇଁ ଶପଥପାଠ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande