ବୁର୍ଲା ଆମ୍ବୁଲାନ୍ସ ଚୋରି ଘଟଣା : ଗାଡ଼ି ଜବତ, ୩ ଗିରଫ
ବୁର୍ଲା ଆମ୍ବୁଲାନ୍ସ ଚୋରି ଘଟଣା : ଗାଡ଼ି ଜବତ, ୩ ଗିରଫ
ବୁର୍ଲା ଆମ୍ବୁଲାନ୍ସ ଚୋରି ଘଟଣା : ଗାଡ଼ି ଜବତ, ୩ ଗିରଫ


ବୁର୍ଲା ଆମ୍ବୁଲାନ୍ସ ଚୋରି ଘଟଣା : ଗାଡ଼ି ଜବତ, ୩ ଗିରଫ


ସମ୍ବଲପୁର, ୨୨, ମାର୍ଚ୍ଚ (ହି.ସ.)ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୋଲିସ ଏକ ଆମ୍ବୁଲାନ୍ସ ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରି ଆମ୍ବୁଲାନ୍ସ ଜବତ କରିଛି ।

ପୋଲିସ ସୂଚନାନୁଯାୟୀ, ବୁର୍ଲା ପୋଲିସ ଥାନାରେ ୧୩୫/ ୨୬ ମାମଲାରେ ବୁର୍ଲା ଡେଲି ମାର୍କେଟ ଅଞ୍ଚଳର ବାସିନ୍ଦା ଚହଟଲାଲ ପ୍ରସାଦ ଗତ ମାର୍ଚ୍ଚ ୨୦ ତାରିଖ ରାତି ୯ଟା ସମୟରେ ତାଙ୍କ ଧଳା ବୋଲେରୋ ଆମ୍ବୁଲାନ୍ସ ଓଡି ୧୫ ବି ୨୯୪୮କୁ ଭିମସାର ପଛପଟ ରାସ୍ତା ପାଖରେ ଲକ୍ କରି ପାର୍କ କରିଥିଲେ। ପରଦିନ ସକାଳେ ଗାଡ଼ିଟି ନିଖୋଜ ହେବା ଜାଣି ସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତମାନେ ପୂର୍ବରୁ ଯୋଜନା କରି ଚୋରି ପାଇଁ ସୁଯୋଗ ଖୋଜୁଥିଲେ। ରାତିରେ ପ୍ରହରା ବିନା ଥିବା ଏହି ଆମ୍ବୁଲାନ୍ସକୁ ଚୋରି କରି ନେଇଥିଲେ। ତଦନ୍ତ ପରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କ୍ଷେତରାଜପୁର ଅଞ୍ଚଳର ରାଜ ଓରଫ୍ ରାମ ଅବତାର ସିଂହ, ବିଶାଳ ଓରଫ୍ ଭାରତ ଗଣ୍ଟାୟତ ଓ ରାଜେଶ ଗୁପ୍ତା ବୋଲି ଜଣାପଡିଛି । ସେମାନଙ୍କ ଠାରୁ ପୋଲିସ ଚୋରି ହୋଇଥିବା ବୋଲେରୋ ଆମ୍ବୁଲାନ୍ସ ଓଡି ୧୫ ବି ୨୯୪୮, ଓ ଦୁଇଟି ମୋବାଇଲ ଜବତ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande