ନାଟ୍ୟକଳା ପରିଷଦ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ସମ୍ବଲପୁର, ୨୨, ମାର୍ଚ୍ଚ (ହି.ସ.)ସ୍ଥାନୀୟ ସାଂସ୍କୃତିକ ସମାଜ ଭଵନ ଠାରେ ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ଅନୁଷ୍ଠିତ ପ୍ରଥମ ମହାବିଦ୍ୟାଳୟ ସ୍ତରୀୟ ଲଘୁ ନାଟିକା ପ୍ରତିଯୋଗିତାରେ ମୋଟ ୮ ଟି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ପରିଷଦର ସଭାପତି ଡ. ସୁରୁବାବୁ ମେହେର ଉଦଘାଟନ କରିଥିବା ବେଳେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ପରିଚାଳନା କରିଥିବା ସ୍ଥଳେ ନାଟ୍ୟବିତ ପ୍ରଦୀପ କୁମାର ପଣ୍ଡା,ନରେନ୍ଦ୍ର ବେହେରା ଓ ମୀନାକ୍ଷି ସୂପକାର ବିଚାରକ ଭାବରେ ରହିଥିଲେ। ଶେଷରେ ସହ ସମ୍ପାଦକ ବିରୁପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଦେଶଭକ୍ତି,ବୃଦ୍ଧ ମାତାପିତାଙ୍କୁ ଅବହେଳା,କନ୍ୟାଭୃଣ ହତ୍ୟା, କନ୍ୟା ସନ୍ତାନ ପ୍ରତି ଅବହେଳା ଆଦି ବିବିଧ ପ୍ରସଙ୍ଗ ଉପରେ ନାଟିକାମାନ ପରିବେଷିତ ହୋଇଥିଲା। ଆସନ୍ତା ୨୭ ତାରିଖରେ ପରିଷଦ ପକ୍ଷରୁ ପାଳିତ ହେବାକୁ ଥିବା ବିଶ୍ୱ ନାଟ୍ୟ ଦିବସ ଉତ୍ସବରେ ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande