ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର
ସୁବର୍ଣ୍ଣପୁର,୨୨ ମାର୍ଚ୍ଚ(ହି.ସ.) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ଅନୁଷ୍ଟିତ ଆଲୋଚନା ଚକ୍ର ସ୍ୱ ପରିବର୍ତନରୁ ବିଶ୍ୱ ପରିବର୍ତନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର


ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର


ସୁବର୍ଣ୍ଣପୁର,୨୨ ମାର୍ଚ୍ଚ(ହି.ସ.) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ଅନୁଷ୍ଟିତ ଆଲୋଚନା ଚକ୍ର ସ୍ୱ ପରିବର୍ତନରୁ ବିଶ୍ୱ ପରିବର୍ତନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ମଣିଷର ବେଶ ପୋଷାକ ଚେହେରା ଆମ ପରିଚୟ ନୁହେଁ, ଆମ ଭିତରେ ଯିଏ ବସିଛି ଆମକୁ ନିୟନ୍ତ୍ରଣ କରୁଛି ସିଏ ହେଉଛି ଆତ୍ମା, ଆଉ ସେଟା ହେଉଛି ଆମ ପ୍ରକୃତ ପରିଚୟ ବୋଲି କହିଥିଲେ କ୍ଷ କିନ୍ତୁ ଜୀବନର ସବୁଠୁ କଷ୍ଟ ହେଉଛି ଆତ୍ମାକୁ ଚିହ୍ନିବା ଜାଣିବା, ତେଣୁ ତାକୁ ଚିହ୍ନିବାକୁ ଆଉ ଚେଷ୍ଟା କରନ୍ତୁ ନାହିଁ କାରଣ ଏଇ ଅନୁଷ୍ଠାନ କୌଣସି ଧାର୍ମିକ ଅନୁଷ୍ଠାନ ନୁହେଁ, ଏ ଅନୁଷ୍ଠାନ ର ଧର୍ମ ହେଉଛି ମାନବ ଧର୍ମ, ମଣିଷକୁ ମଣିଷ ବୋଲି ଚିହ୍ନିବା ଏହାର କାମ ବୋଲି କହିଥିଲେ କ୍ଷ ଏହା ହେଉଛି ଆତ୍ମିକ ଅନୁଷ୍ଠାନ ଯିଏକି ଆତ୍ମା ସହିତ ପରମାତ୍ମା ସହିତ ସମ୍ପର୍କ ରଖେ ବୋଲି କହିଥିଲେ କ୍ଷ ମଣିଷ ମରିବାଟା ସୁନିଶ୍ଚିତ ତ ଗର୍ବ ଅହଙ୍କାର ଦେଖାଇବା ଅନୁଚିତ, ମଣିଷକୁ ସ୍ନେହ ଆଦର କଲେ ଭଲ ପାଇଲେ ନିଜ ଘରକୁ ବି ମନ୍ଦିର କରି ପାରିବା ବୋଲି କହିଥିଲେ। କାହାକୁ ଆମେ ନିନ୍ଦା କରିବା ନାହିଁ, ଘୃଣା କରିବା ନାହିଁ, ଗାଳି କରିବା ନାହିଁ ବେଶ ଏତିକି ହେଲେ ପରିବର୍ତନ ନିଶ୍ଚିତ ବୋଲି କହିଥିଲେ। ସେ ରାଜନୀତି ହେଉ କି ପ୍ରଶାସନିକ ହେଉ ପ୍ରକୃତ ରେ ଯିଏ ଯେଉଁ ଜାଗାରେ ରହିବା ବସିବା ଉଚିତ୍ ତାହା ଯଦି ନିୟନ୍ତ୍ରଣ ହୋଇ ପାରିବ ତ ସମାଜ ପରିବର୍ତନ ନିଶ୍ଚିତ ବୋଲି କହିଥିଲେ। ଅନ୍ୟକୁ ଭଲ ପାଇବା ନିଜର ଭାବିବା ସ୍ନେହ ଶ୍ରଦ୍ଧା କରିବା ହେଉଛି ସ୍ୱର୍ଗ ଓ ଅନ୍ୟକୁ ପୀଡ଼ା ଦେବା ଘୃଣା କରିବା ଦୁଃଖ ଦେବା ତାହା ହେଉଛି ନର୍କ ବୋଲି କହି ଶାନ୍ତି ଖୁସି ସ୍ୱର୍ଗ ଖୋଜିବାକୁ ପଡ଼େନି କି ଭଗବାନ ଦେବେନି, ଏ ସବୁ ମାଧ୍ୟମରେ ଆମେ ଶାନ୍ତି ଖୁସି ପାଇ ପରିବା ଗୋଟେ ଶାନ୍ତି ଜୀବନ ଜୀଇଁ ପାରିବା, ନିଜ ଠୁଁ ବିଶ୍ୱ ପରିବର୍ତନ କରି ପାରିବା ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ। ମୁଖ୍ୟବକ୍ତା ଭାବେ ରାଜ ଯୋଗିନୀ ବ୍ରହ୍ମା କୁମାରୀ ପାର୍ବତୀ ଭଉଣୀ ଯୋଗ ଦେଇ ଦୃଷ୍ଟି ପରିବର୍ତନ ହେଲେ ସୃଷ୍ଟି ପରିବର୍ତନ ବୋଲି କହି ନିଜେ ନିଜକୁ ଚିହ୍ନିବା ସମୀକ୍ଷା କରିବା ହିଁ ପରିବର୍ତନ ବୋଲି କହିଥିଲେ। ପଶ୍ଚିମ ଓଡ଼ିଶା ସମ୍ବଲପୁର ମୁଖ୍ୟାଳୟ ଡାଇରେକ୍ଟର ବିକେ ବିନି ଦିଦି, ସୋନପୁର ସେଂଟର ଇନ୍ ଚାର୍ଜ ବିକେ ଜୟଶ୍ରୀ, ସୁନ୍ଦରଗଡ଼ ମା ମାହେଶ୍ୱରୀ ନର୍ସିଂ କଲେଜ ଡାଇରେକ୍ଟର ଅମିର ଭାଈ, ସମ୍ବଲପୁର ବିକେ ଆରତୀ ଦିଦି, ସଭାରେ ମଂଚାସିନ ଥିଲେ। ଅନୁଷ୍ଠାନର ବି କେ ଜ୍ୟୋତି, ବିକେ ମଞ୍ଜୁ, ବିକେ ଶିବାନୀ, ଧୃବ, ବିକେ ଶ୍ୟାମ ସୁନ୍ଦର, ବିକେ ଭୀମ, ବିକେ ଶିବୁ ଭାଈଙ୍କ ସମେତ ସୋନପୁର ସେବା କେନ୍ଦ୍ରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସରକାରୀ ନର୍ସିଂ ସ୍କୁଲ୍ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ମା ସମଲେଇ ଭଜନ ଖୁବ୍ ଚିତାକର୍ଷକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଦସ୍ୟ, ସହରର ବୁଦ୍ଧିଜୀବି, ହଜାର ସଂଖ୍ୟାରେ ଉପସ୍ଥିତ ଥିଲେ। ଶେଷରେ ଜଗନ୍ନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande