ଅଖଣ୍ଡ ଭାଗବତ ଯଜ୍ଞ କମିଟି ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ
ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- ଅଖଣ୍ଡ ଭାଗବତ ଯଜ୍ଞ କମିଟି, ବ୍ରାହ୍ମଣପଡା ବଲାଙ୍ଗିର ହିନ୍ଦୁ ନବବର୍ଷ ପାଳନ କରିଥିଲେ । ଏହି ଉତ୍ସବରେ ସଭାପତି ଡ.ଭବାନୀ ଶଙ୍କର ପଟେଲ ସଭା ପରିଚାଳନା କରିବା ସହ କବିତା ପାଠ ସଂଯୋଜନା କରିଥିଲେ । ସମ୍ମାନିତ ବକ୍ତା ଭାବରେ କ୍ଷମାନିଧି ସାହୁ ପୂର୍ବତନ ସଂସ୍କୃତ ଆଚାର
ଅଖଣ୍ଡ ଭାଗବତ ଯଜ୍ଞ କମିଟ ହିନ୍ଦୁ ନବ ବର୍ଷ ପାଳନ


ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- ଅଖଣ୍ଡ ଭାଗବତ ଯଜ୍ଞ କମିଟି, ବ୍ରାହ୍ମଣପଡା ବଲାଙ୍ଗିର ହିନ୍ଦୁ ନବବର୍ଷ ପାଳନ କରିଥିଲେ । ଏହି ଉତ୍ସବରେ ସଭାପତି ଡ.ଭବାନୀ ଶଙ୍କର ପଟେଲ ସଭା ପରିଚାଳନା କରିବା ସହ କବିତା ପାଠ ସଂଯୋଜନା କରିଥିଲେ । ସମ୍ମାନିତ ବକ୍ତା ଭାବରେ କ୍ଷମାନିଧି ସାହୁ ପୂର୍ବତନ ସଂସ୍କୃତ ଆଚାର୍ଯ୍ୟ ମେରଟ ବିଶ୍ୱ ବିଦ୍ୟାଳୟ ଯୋଗଦେଇ ଭକ୍ତମାନଙ୍କୁ ଅନେକ ଦିଗ ଦର୍ଶନ ଦେଇଥିଲେ । କମିଟିର ପ୍ରତିଷ୍ଠାତା ଓ ପ୍ରବଚକ ବଂଶୀଧର ଦାନୀ ହିନ୍ଦୁମାନଙ୍କ ସଂସ୍କୃତି ଓ ପରଂପରା ଉପରେ ଅତି ବାସ୍ତବ ତଥ୍ୟ ପରିବେଷଣ କରିଥିଲେ ।

ଶ୍ରୋତାଙ୍କ ମଧ୍ୟରେ ହିନ୍ଦୁମାନଙ୍କ ନବ ବର୍ଷ ଉପରେ ବଳିଷ୍ଠ ପଧାନ, ଅଙ୍ଗିରା ସାହୁ, କବିତା ଦାନୀ, ବଂଶୀଧର ସା ବକ୍ତବ୍ୟ ରଖିଥିଲେ । କବିତା ପାଠ କରିଥିଲେ ସବିତା ଦାନୀ, ଡ. ଭବାନୀ ଶଙ୍କର ପଟେଲ ଓ ରଶ୍ମି ପାତ୍ର । କାର୍ଯ୍ୟକ୍ରମରେ ଅନେକ ଭକ୍ତଙ୍କ ସମାଗମ ଥିଲା । ସୁରେନ୍ଦ୍ର ହୋତା, ସତ୍ୟବାନ ବେଦବାକ, ପଂଚାନନ ବେଦବାକ, ଜୟଦେବ ପଧାନ, ମେଘ ଭୁଏ, ମଦନ ଗୋପାଳ ସ୍ୱାଇଁ, ସୁବାଷ ଚନ୍ଦ୍ର ମିଶ୍ର, ରୁଷି ଗୁରୁ, ସତ୍ୟନାରାୟଣ ସାହୁ, ନିଳାମ୍ବର ବରାଳ, ରାଜକୁମାର ସ୍ୱାଇଁ, ବାହାଦୁର କୁମ୍ଭାର, ଅମ୍ବରିଶ ପୋଢ, ରାମ ଶଙର ଶତପଥି ଆଦି ଭକ୍ତବୃନ୍ଦ ତଥା ଅନେକ ମହିଳାଙ୍କ ସମାଗମ ହୋଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ବଂଶୀଧର ସା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande