କଲମ ପରିବାର ଟ୍ରଷ୍ଟ ପକ୍ଷରୁ ବିଶ୍ୱ କବିତା ଦିବସ ପାଳିତ
ସମ୍ବଲପୁର,୨୨ ମାର୍ଚ୍ଚ(ହି.ସ.) – ସମ୍ବଲପୁରର ଅଗ୍ରଣୀ କଲମ ପରିବାର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ସଭାପତି ତଫିଜୁଲ ହୁସେନଙ୍କ ସଭାପତିତ୍ୱରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ପ୍ର. ପ୍ରଦୀପ କୁମାର ପଣ୍ଡା, ସାମ୍ବାଦିକ
କଲମ ପରିବାର ଟ୍ରଷ୍ଟ ପକ୍ଷରୁ ବିଶ୍ୱ କବିତା ଦିବସ ପାଳିତ


କଲମ ପରିବାର ଟ୍ରଷ୍ଟ ପକ୍ଷରୁ ବିଶ୍ୱ କବିତା ଦିବସ ପାଳିତ


ସମ୍ବଲପୁର,୨୨ ମାର୍ଚ୍ଚ(ହି.ସ.) – ସମ୍ବଲପୁରର ଅଗ୍ରଣୀ କଲମ ପରିବାର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ସଭାପତି ତଫିଜୁଲ ହୁସେନଙ୍କ ସଭାପତିତ୍ୱରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ପ୍ର. ପ୍ରଦୀପ କୁମାର ପଣ୍ଡା, ସାମ୍ବାଦିକ କିଶୋର କୁମାର ସାହୁ ମୁଖ୍ୟ୍ୱକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଡିଏସ୍ଏସ୍ଓ ସୌରଚନ୍ଦ୍ର ପାଣି ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ, କବିଙ୍କ ସମାଜ ପ୍ରତି ଦାୟିତ୍ୱ ଏବଂ ସମାଜ ଉପରେ କବିତାର ପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ପରେ ସମ୍ପାଦକ କ୍ଷେତ୍ରମଣି ବିଭାରଙ୍କ ସଂଯୋଜନାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାନ୍ତିଲତା ପାଣ୍ଡେ, ସୁଷମା ହୋତା, କଳ୍ପନା ମହାପାତ୍ର, ଡ଼. ସଂଗୀତା ନାଏକ, ଅନନ୍ୟା ବେହେରା, ପ୍ରଣତି ମହାପାତ୍ର, ଭବାନୀ ଶଙ୍କର ମେହେର, ମମତା ନାଥ, ସୂର୍ଯ୍ୟ ପାଣିଗ୍ରାହୀ, ପ୍ରଭଞ୍ଜନ ପୁରୋହିତ, ସୁପ୍ରିୟା ଦାସ, ସିଦ୍ଧି ସ୍ୱରୂପା ପାଢ଼ୀ, କଳ୍ପନା ମହାପାତ୍ର, ସବିତା ମିଶ୍ର, ରମଣିକାନ୍ତ ସାହୁ, କାଳନ୍ଦୀ ପ୍ରତାପ ସିଂହ, ଲକ୍ଷ୍ମୀନାରାୟଣ ପଣ୍ଡା, ଆଭାସ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ, ଉଲ୍ଲାସ ପଣ୍ଡା, କମଲ ଲୋଚନ ପଣ୍ଡା, କାହ୍ନୁ କେଶବ ବହିଦାର, ପ୍ରଦୀପ ଯୋଶୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଉପସଭାପତି ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande