
ବଲାଙ୍ଗୀର,୨୨ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଠାରେ ଶ୍ରୀରାମ ମନ୍ଦିର ରତ୍ନମୁଦ ସ୍ଥାପନ ଓ ପ୍ରତିଷ୍ଠା ତଥା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଖଜୁରୀ ବନ୍ଧରୁ ଶତାଧିକ ମହିଳା ସଂକୀର୍ତନ୍ୟ ଓ ଘୁମୁରା ବାଦ୍ୟ ସହ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ରୂପେ କାଶୀନାଥ ଦାସ ଓ ସାଥୀ ଦାୟିତ୍ୱ ନିର୍ବାହ କରୁଛନ୍ତି। କର୍ତା ରୂପେ ରାଜୀବ ମହାନ୍ତି, ବିଶ୍ୱବିହାରୀ ଯୋଶୀ, ତରୁଣ ପୋଡ଼, ଚିନ୍ତାମଣି ମହାରଣା, ଭରତ ଦାସ, ନେପାଳ ସାହୁ, କିଶୋର ପୃଷ୍ଟି, ଦିଲ୍ଲୀପ ଦାସ, ସୁମନାନନ୍ଦ ଖମାରୀ, ସୁଧୀର କୁମାର ପାଣି, କୃତିବାସ ଦାସ, ସୁଶିଲ କୁମାର ମହାପାତ୍ର, ମନୋରଞ୍ଜନ ଖମାରୀ, ଭିଷ୍ମରାଜ୍ ମେହେର, ସୁଧୀର ବେହେରା, ତ୍ରିନାଥ ବାରିକ, ଯଦୁ ସାହୁଙ୍କ ସହ ସପତ୍ନିକ ୨୧ଜଣ କର୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି।ସେହିପରି ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତା ରୂପେ ଭବାନୀ ଶଙ୍କର ଶର୍ମା ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ନିର୍ବାହ କରୁଛନ୍ତି।ରବିବାର ମଣ୍ଡପ ପ୍ରବେଶ, ସୋମବାର ରତ୍ନମୁଦକ,ମଙ୍ଗଳବାର ବିଗ୍ରହ ମହାସ୍ନାନ,ବୁଧବାର ପ୍ରତିଷ୍ଠା ଓ ମନ୍ଦିର ପ୍ରବେଶ, ରାମନବମୀ ଉତ୍ସବ,ନାମଯଜ୍ଞ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଆୟୋଜକ ମୁରିବାହାଲ ସାର୍ବଜନୀନ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା କମିଟି ସଭାପତି ରାଜୀବ କୁଅଁର, ସମ୍ପାଦକ ସୁଧାଂଶୁ ପୋଡ଼ ଯାଦବ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ନାରାୟଣ ସାହୁ, ଉଦିତ କୁମାର କଟା, ହୃଦାନନ୍ଦ ସାହୁ, ଲକ୍ଷ୍ମଣ ମହାରଣା, ବିଦ୍ୟାଧର ଭୋଇ, ଭିକି ମହାରଣା, ବାବୁଲାଲ କେତକି, ଶ୍ୟାମସୁନ୍ଦର ଝାଙ୍କର,ଦିନେଶ ମାହାକୁର,ଶ୍ରୀକାନ୍ତ ଭୋଇ, କରନ ଜାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞରେ ମୁରିବାହାଲ ସମେତ ଆଖପାଖ ସମସ୍ତ ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ