
କନ୍ଧମାଳ,୨୨ ମାର୍ଚ୍ଚ(ହି.ସ.) – ଚଳିତ ମାର୍ଚ୍ଚ ମାସ ୨୧ ଓ ୨୨ ତାରିଖରେ କରୋନେସନ ପଡିଆ ସ୍ଥିତ ଅଥଲେଟିକ ଇଣ୍ଡୋର ହଲ ଠାରେ ସପ୍ତମ କନ୍ଧମାଳ ଜିଲ୍ଲା ତାଏକୋଣ୍ଡୋ ପ୍ରତିଯୋଗିତା ସହ ୨୪ତମ କଲର ବେଲ୍ଟ ପରୀକ୍ଷା କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟଲ ଆର୍ଟ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ପ୍ରତିଯୋଗିତା ଦୁଇଟି ଇଭେଂଟ କିରୋଗୀ ଓ ପୂମସି ଇଭେଂଟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଏହି ଅବସରରେ ୫୫ଜଣ ପ୍ରତିଯୋଗୀ ଜିଲ୍ଲା ପ୍ରତିଯୋଗିତା ଉଭୟ କିରୋଗୀ ଓ ପୂମସି ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲା ପ୍ରତିଯୋଗିତାରେ ସୁପର ସବଜୁନିଅର(୩ରୁ ୭ବର୍ଷ), ସବ ଜୁନିଅର(୮ରୁ ୧୧ବର୍ଷ), କ୍ୟାଡେଟ(୧୨୯ରୁ ୧୪ର୍ଷ), ଜୁନିଅର (୧୫ରୁ ୧୭ ବର୍ଷ ) ଓ ସିନିଅର ୧୮ବର୍ଷରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଦୁଇଟି ଇଭେଂଟରେ ଉଭୟ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ।
ଉଭୟ ଇଭେଂଟକୁ ଓଡିଶା ତାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତରର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ପରିଚାଳନା ସହ ତଦାରଖ କରିଥିଲେ।
ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଭାତ କୁମାର ସାହୁ ଓ ଏକେଡେମୀ କୋଚ ଶ୍ରୀ ରମାକାନ୍ତ ବେହେରା ଓ ପ୍ରିତମ ଚନ୍ଦ୍ର ପ୍ରଧାନ ପ୍ରତିଯୋଗିତାକୁ ସଫଳତା ପାଇଁ ସହଯୋଗ କରିଥିଲେ।
ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ପ୍ରତାପ କୁମାର ମୁଖୀ ସମସ୍ତ ପ୍ରତିଯୋଗୀ ତଥା ଅଫିସିଆଲ ଏବଂ ରାଜ୍ୟ ସମ୍ପାଦକଙ୍କୁ ପ୍ରତିଯୋଗିତା ସଫଳତା ପାଇଁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ