ଘର ଭିତରୁ ୧୮ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର
ମାଲକାନଗିରି, ୨୨ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି -୧୮ ବି ଗ୍ରାମର ଏକ ଘର ଭିତରୁ ୧୮ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଛି । ସାପଟି ଘର ଭିତରେ ଥାଇ ସଁ ସଁ ଗର୍ଜନ କରିବାରୁ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ କାଲିମେଳା ବନ ବି
ଏମପିଭି -୧୮ ବି ଗ୍ରାମରେ ସାପ ଆତଙ୍କ , ଘର ଭିତରୁ ୧୮ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର


ମାଲକାନଗିରି, ୨୨ ମାର୍ଚ୍ଚ (ହି.ସ.)-

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି -୧୮ ବି ଗ୍ରାମର ଏକ ଘର ଭିତରୁ ୧୮ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଛି । ସାପଟି ଘର ଭିତରେ ଥାଇ ସଁ ସଁ ଗର୍ଜନ କରିବାରୁ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ କାଲିମେଳା ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସାପ ଧରାଳି ସହାୟତାରେ ବହୁ କଷ୍ଟରେ ଘର ଭିତରୁ ସାପଟିକୁ ଧରିବାରେ ସଫଳ ହୋଇଥିଲେ ।

ସୂଚନା ମୁତାବକ, ଏହି ସାପଟି ନିକଟସ୍ଥ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଜଣକ ଘର ଭିତରେ ପଶିଯାଇଥିଲା । ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ସାପଟିକୁ ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକ ଏକାଠି ହୋଇଥିବାର ଦେଖା ଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande